କନକ ବ୍ୟୁରୋ: ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଛାତ୍ର । କୋରାପୁଟ ନନ୍ଦପୁରରୁ ତେଲେଙ୍ଗାନାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗିରଫ ହୋଇଛନ୍ତି ତିନି ଜଣ ଛାତ୍ର । ତେଲେଙ୍ଗାନା ରାଜ୍ୟର ୨ ଜଣ ବି-ଟେକ୍ ଛାତ୍ର ଓ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରାଯାଇଛି । ଏମାନେ ଏକ କାର ଯୋଗେ ନନ୍ଦପୁରରୁ ଗଞ୍ଜେଇ ନେଇ ତେଲେଙ୍ଗାନା ଯାଉଥିଲେ । ଏନେଇ ଖବର ପାଇଁ ନନ୍ଦପୁର ଆଇବି ଛକ ନିକଟରେ ପୋଲିସ ଗାଡିକୁ ଯାଞ୍ଚକରିଥିଲା ।
ସେହି ସମୟରେ ଗାଡ଼ିରୁ ୨୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ତିନି ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ତିନି ଛାତ୍ରଙ୍କ ମଧ୍ୟରେ ଦୁଇ ଜଣ ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ଜଣେ ଏମବିଏ ଛାତ୍ର ଅଛନ୍ତି । ଗିରଫ ଛାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/55.jpg)