ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର । ୭୪ ବର୍ଷରେ ନିଧନ ।

Advertisment
ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର । ୭୪ ବର୍ଷରେ ନିଧନ ।

କନକ ବ୍ୟୁରୋ: ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ’ ‘ମହାଭାରତ’ ରେ ଭୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ଏହାସହ ଆର୍ଥିକ ଦୂରାବସ୍ଥା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ।

ମହାଭାରତରେ ଭୀମ ରୋଲ୍‌ ପାଇଁ ଘରେ ଘରେ ପରିଚିତ ଥିବା ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପରବୀନ ୧୯୬୦ରୁ ୭୦ ମଧ୍ୟରେ ସେ ଜଣେ ଆଗଧାଡ଼ିର ଆଟଲେଟ ଥିବା ବେଳେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ  ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ । ହେଲେ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା।

ବି. ଆର ଚୋପ୍ରା ନିଜ ‘ମହାଭାରତ’ ସିରିଏଲର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ ପରବୀନ ବିଆର ଚୋପ୍ରାଙ୍କୁ ଦେଖା କରିବା ପରେ ଭୀମ ରୋଲ୍‌ ପାଇଁ ସେ ହିଁ ଫାଇନାଲ ହୋଇଗଲେ। ଭୀମ ରୋଲ କରି ଘରେ ଘରେ ପରିଚିତ ହେବା ପରେ ପ୍ରବୀଣ ବଲିଉଡରେ ବି ନିଜ ଭାଗ୍ୟ ଚମକାଇବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe