‘ଓ’ ପଜିଟିଭ୍ ରୋଗୀଙ୍କୁ ଦେଇଦେଲେ ‘ବି’ ପଜିଟିଭ୍ ରକ୍ତ । ଗୁରୁତର ହେଲା ରୋଗୀଙ୍କ ଅବସ୍ଥା । ଯାଞ୍ଚ ପରେ ଜଣାପଡିଲା ସତ ।

465

କନକ ବ୍ୟୁରୋ: ‘ଓ’ ପଜିଟିଭ୍ ରୋଗୀଙ୍କୁ ଦିଆଗଲା ‘ବି’ ପଜିଟିଭ୍ ରକ୍ତ । ଭୁଲ ରକ୍ତ ଦେବା ଯୋଗୁ ଥରିଲା ରୋଗୀଙ୍କ ଦେହ । ଘଟଣା ଘଟିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ । ଏମକେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର ଭେଙ୍କେଟେଶ୍ୱର ବେହେରା ନାମକ ଜଣେ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରକ୍ତହୀନତା ଶିକାର ହୋଇଥିବାରୁ ତାଙ୍କୁ ତିନିଟି ରକ୍ତ ଆବଶ୍ୟକ ଥିଲା । ଦୁଇଟି ‘ଓ’ ପଜିଟିଭ୍ ରକ୍ତ ଦିଆଯିବା ପରେ ତୃତୀୟ ରକ୍ତ ‘ବି’ ପଜିଟିଭ୍ ଦିଆଯାଇଥିଲା । ଫଳରେ ରୋଗୀଙ୍କ ଦେହ ଥରିଥିଲା । ଏନେଇ ରୋଗୀଙ୍କ ସଂପର୍କରେ ନର୍ସଙ୍କୁ ଜଣାଇବା ପରେ ରକ୍ତ ବନ୍ଦ କରାଯାଇଥିଲା । ଯାଞ୍ଚ ପରେ ତାଙ୍କୁ ଭୁଲ ରକ୍ତ ଦିଆଯାଇଥିବା ଜଣାପଡ଼ିଥିଲା । ଏବେ ଭେଙ୍କେଟେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।