ରାଜ୍ୟ କଂଗ୍ରେସ ପ୍ରଭାରୀ ପଦରୁ ବିକେ ହରିପ୍ରସାଦଙ୍କ ଇସ୍ତଫା : ପଂଚାୟତ ନିର୍ବାଚନରେ ଦଳର ବିଫଳତାକୁ ନେଇ ଇସ୍ତଫା ଦେଇଥିବା ସୂଚନା

27

କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ବିକେ ହରିପ୍ରସାଦ । ପଂଚାୟତ ନିର୍ବାଚନରେ କଂଗ୍ରେସ ଭଲ ନକରିବାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉଭୟ ପ୍ରଭାରୀ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ହରିପ୍ରସାଦ ।

ଏଆଇସିସିରେ ଅଦଳ ବଦଳକୁ ସହଜ କରିବା ସହ ରାହୁଳ ଗାନ୍ଧିଙ୍କ ଟିମକୁ ମଜବୁତ୍ କରିବା ପାଇଁ ଇସ୍ତଫା ଦେଇଛନ୍ତି ହରିପ୍ରସାଦ । ଏହା କହିଛନ୍ତି ଏଆଇସିସି ମୁଖପାତ୍ର ବ୍ରିଜେଶ କଲପ୍ପା । ତେବେ ହରି ପ୍ରସାଦ ଓଡିଶା ପ୍ରଭାରୀ ଦାୟିତ୍ୱରେ ରହିବା ଦିନଠାରୁ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା । ଯାହାକୁ ନେଇ ବେଶ୍ କିଛି ଦିନ ଧରି ଅନୁପସ୍ଥିତ ରହିଥିଲେ । ଏବଂ ପଂଚାୟତ ନିର୍ବାଚନରେ ସ୍ୱଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲେ ।