କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ବିକେ ହରିପ୍ରସାଦ । ପଂଚାୟତ ନିର୍ବାଚନରେ କଂଗ୍ରେସ ଭଲ ନକରିବାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉଭୟ ପ୍ରଭାରୀ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ହରିପ୍ରସାଦ ।
ଏଆଇସିସିରେ ଅଦଳ ବଦଳକୁ ସହଜ କରିବା ସହ ରାହୁଳ ଗାନ୍ଧିଙ୍କ ଟିମକୁ ମଜବୁତ୍ କରିବା ପାଇଁ ଇସ୍ତଫା ଦେଇଛନ୍ତି ହରିପ୍ରସାଦ । ଏହା କହିଛନ୍ତି ଏଆଇସିସି ମୁଖପାତ୍ର ବ୍ରିଜେଶ କଲପ୍ପା । ତେବେ ହରି ପ୍ରସାଦ ଓଡିଶା ପ୍ରଭାରୀ ଦାୟିତ୍ୱରେ ରହିବା ଦିନଠାରୁ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା । ଯାହାକୁ ନେଇ ବେଶ୍ କିଛି ଦିନ ଧରି ଅନୁପସ୍ଥିତ ରହିଥିଲେ । ଏବଂ ପଂଚାୟତ ନିର୍ବାଚନରେ ସ୍ୱଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-13-21h16m41s380.png)