ବିଏଡ ଶିକ୍ଷକ ସହାୟକ ସଂଘର ବିଭିନ୍ନ ଦାବି ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

28

କନକ ବ୍ୟୁରୋ : ରାଜ୍ୟରେ ବିଏଡ୍ ଶିକ୍ଷକ ସହାୟକ ସଂଘର ଦାବୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ସେମାନଙ୍କର ଦାବିକୁ ସହୃଦୟତାର ସହ ବିଚାର କରିବାକୁ କରିଛନ୍ତି ଅନୁରୋଧ ।

ବିଏଡ ଶିକ୍ଷକ ସହାୟକ ସଭାପତି ଅଜୟ କୁମାର ଧଳଙ୍କ ଠାରୁ ଏ ସଂପର୍କରେ ପିଟିସନ ପାଇବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଛନ୍ତି ଏହି ଚିଠି । ରାଜ୍ୟରେ ଶିକ୍ଷା ଅଧିକାର ଆଇନ ଲାଗୁ ହେବାର ୭ବର୍ଷ ବିତି ଯାଇଥିଲେ ସୁଦ୍ଧା ଓ ଖାଲି ଥିଲେ ପଦ ଥିଲେ ମଧ୍ୟ ସେମାନଙ୍କୁ ଟ୍ରେଂଡ ଗ୍ରାଡୁଏଟ୍ ଶିକ୍ଷକ ଭାବେ ନିଆଯାଇନଥିବା ଏହି ପଟିସନରେ ଉଲ୍ଲେଖ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେଂଡ ଗ୍ରାଜୁଏଟ୍ ଶିକ୍ଷକମାନଙ୍କୁ ଟି.ଜି ସ୍କେଲ୍ ପ୍ରଦାନ କରିବାକୁ ଦାବି କରାଯାଇଛି । ସେହିପରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜାନୁୟାରୀ ପହିଲା ୨୦୧୪ ପରିବର୍ତ୍ତିତ ମାନଦଣ୍ଡକୁ ଉଲ୍ଲଂଘନ କରୁଥିବା କାରଣରୁ ,ଶିକ୍ଷା ସହାୟକ ଶିକ୍ଷକ ପାଇଁ ୬ବର୍ଷ କଂଟ୍ରାକଚୁଆଲ ନିଯୁକ୍ତି ବ୍ୟବସ୍ଥାକୁ ସମାପ୍ତ କରିିବାକୁ ମଧ୍ୟ ଏହି ପିଟିସନରେ ଦାବି କରାଯାଇଛି । ଏହା ସହ ବିଏଡ୍ ଶିକ୍ଷକ ସହାୟକ ସଂଘର ଅନ୍ୟାନ୍ୟ ଦାବିକୁ ମଧ୍ୟ ହୃଦୟତାର ସହ ବିଚାର କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।