B.Ed ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ହେବାକୁ ଥିବା B.Ed ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ।

378

କନକ ବ୍ୟୁରୋ : ଆସନ୍ତାକାଲି ହେବାକୁ ଥିବା ବିଇଡି ପ୍ରଥମ ବର୍ଷ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ପାଇଁ ପରୀକ୍ଷାକୁ ବାତିଲ କରାଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ।

ଆସନ୍ତାକାଲି ରାଜ୍ୟରେ କଂଗ୍ରେସ କରିବ ବିକ୍ଷୋଭ । ନାବାଳିକା ନିର୍ଯ୍ୟାତନା, ଦୁଷ୍କର୍ମ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ପ୍ରତି ଜିଲ୍ଲାର ସଦର ମହକୁମାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରିବେ ବୋଲି କହିଛନ୍ତି ନରସିଂହ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସରକାର ବାରମ୍ବାର ଗୃହରେ ଭୁଲ ତଥ୍ୟ ଦେଉଛନ୍ତି । ଗୋଟିଏ ପ୍ରଶ୍ନର ଭିନ୍ନ ଉତ୍ତର ଦେଉଛନ୍ତି ରାଜ୍ୟ ସରକାର । ମରୁଡି କଥା ପଚାରିଲେ ବର୍ଷା କଥା କହି ଏଡାଇ ଯାଉଛନ୍ତି ସରକାର । ବିଭିନ୍ନ ପ୍ରସଙ୍ଗରେ ସରକାର ସମ୍ପୂର୍ଣ୍ଣ ଭୂଲ ତଥ୍ୟ ଦେଉଥିବା କହିଛନ୍ତି ନରସିଂହ । ଏହାଛଡା ନାବାଳିକା ନିଖୋଜ ଓ ଦୁଷ୍କର୍ମ ଭଳି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି ନରସିଂହ ।