ଆଫଗାନୀ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ବାଛିଲା ତାଲିବାନ : ପୂର୍ବତନ ଅଧ୍ୟକ୍ଷ ଅଜିଜୁଲ୍ଲା ଫଜଲିଙ୍କୁ ଏସସିବିର ଚ୍ୟାୟରମ୍ୟାନ ଭାବେ ନିଯୁକ୍ତି

ରବିବାର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେଲା ଏସସିବି

468

କନକ ବ୍ୟୁରୋ : ଆଫଗାନିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ବାଛିଲା ତାଲିବାନ । ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଅଜିଜୁଲ୍ଲା ଫଜଲିଙ୍କୁ ନିଯୁକ୍ତ କରାଯାଇଛି । ତାଲିବାନର ଆଫଗାନିସ୍ତାନ କବଜା ପରେ ଏହା ପ୍ରଥମ ନୂଆ ନିଯୁକ୍ତି । ପୂର୍ବରୁ ଫଜଲି ୨୦୧୮ ସେପ୍ଟେମ୍ବରରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବା ଏସିବିର ଅଧ୍ୟକ୍ଷ ଥିଲେ । ଏସିବିର ଆଗାମୀ ପ୍ରତିଯୋଗିତା ଦ୍ୱାୟିତ୍ୱ ଫଜଲି ତୁଲାଇବେ ।

ସେ ବିଦେଶ ଗସ୍ତରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ହେବେ ଓ ଆଗାମୀ ଟୁର୍ଣ୍ଣାମେଂଟରେ ଆଫଗାନିସ୍ତାର ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି । ପୂର୍ବରୁ ଏସିବିର ପୂର୍ବ କାର୍ଯ୍ୟନିର୍ବାହୀ ହମିଦ୍ ସିନୱାରୀ କହିଥିଲେ, ଦେଶରେ କ୍ରିକେଟ୍ ପ୍ରଭାବିତ ହେବ ନାହିଁ । କାରଣ ତାଲିବାନ କ୍ରିକେଟକୁ ଭଲ ପାଏ । କାବୁଲକୁ ସମସ୍ତ ବ୍ୟବସାୟିକ ବିମାନ ବାତିଲ ହୋଇଥିବା ବେଳେ ଏବେ ଏସିବି ପାଇଁ ଜାତୀୟ ଦଳର ଶ୍ରୀଲଙ୍କା ଗସ୍ତ ବଡ ଆହ୍ୱାନ ସୃଷ୍ଟି କରିଛି ।