ହସ୍ପିଟାଲ ବେଡରୁ ହମଲାର ଇସାରା । ପୁଲୱାମା ଆତଙ୍କୀ ହମଲାକୁ ନେଇ ବଡ ଖୁଲାସା । ମସୁଦ ଆଝାର ହିଁ ରଚିଥିଲା ପୁରା ଷଡଯନ୍ତ୍ର

Advertisment
ହସ୍ପିଟାଲ ବେଡରୁ ହମଲାର ଇସାରା । ପୁଲୱାମା ଆତଙ୍କୀ ହମଲାକୁ ନେଇ ବଡ ଖୁଲାସା । ମସୁଦ ଆଝାର ହିଁ ରଚିଥିଲା ପୁରା ଷଡଯନ୍ତ୍ର

କନକ ବ୍ୟୁରୋ: ହସ୍ପିଟାଲ ବେଡରୁ ହମଲାର ଇସାରା । ପୁଲୱାମା ଆତଙ୍କୀ ହମଲାକୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜୈସ-ଏ ମହମ୍ମଦ ମୁଖ୍ୟ ମସୁଦ ଆଝାର ରଚିଛି ପୁରା ଷଡଯନ୍ତ୍ର । ପୁତୁରା ହତ୍ୟାର ପ୍ରତିଶୋଧ ନେବାକୁ ଏଭଳି କାପୁରୁଷ କାଣ୍ଡ ଭିଆଇଛି । ରାସ୍ତାରେ ଯାଉଥିବା ଯବାନଙ୍କୁ ଟାର୍ଗେଟ କରିଛି ଆତଙ୍କୀ ମାଷ୍ଟର ମାଇଣ୍ଡ ।

publive-image

ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ରାୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛି ଜେଇଏମ ମୁଖ୍ୟ । ଦୀର୍ଘ ୪ ମାସ ହେବ ଚିକିତ୍ସିତ ହେଉଥିବା ବେଳେ ୮ ଦିନ ତଳେ ତାର ଲୋକମାନେ ପୁଲୱାମାରେ ହମଲା ପାଇଁ ନିର୍ଦ୍ଦେଶ ପାଇଥିଲେ । ପୁଲ୍ଓ୍ଵାମା ଆକ୍ରମଣର ଆଠ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଆଝାର କ୍ଷୀଣ ସ୍ୱରରେ ଏକ ଅଡିଓ ମେସେଜ୍ ରିଲିଜ୍ କରିଥିଲେ। ପୁତୁରା ଉସମାନ୍ ମୃତ୍ୟୁର ପ୍ରତିଶୋଧ ନେବାକୁ ଆଝାର ତାଙ୍କ ଲୋକମାନଙ୍କୁ କହୁଥିବାର ଏହି ଅଡିଓ ମେସେଜ୍ରେ ଶୁଣାଯାଉଥିଲା। ଟ୍ରାଲ୍ ଠାରେ ଗତ ଅକ୍ଟୋବର ମାସରେ ଉସମାନ୍ ନିରାପତ୍ତା ବଳଙ୍କ ଦ୍ୱାରା ନିହତ ହୋଇଥିଲା। ଆଝାର କହିଥିଲେ: ଏହି ଯୁଦ୍ଧରେ ମୃତ୍ୟୁ ବରଣ କରିବା ଠାରୁ ଆନନ୍ଦ ଆଉ କିଛି ନାହିଁ। ସଦ୍ୟତମ ଆକ୍ରମଣ ଯୋଜନା ସଂକ୍ରାନ୍ତରେ ଆଝାର ୟୁନାଇଟେଡ୍ ଜେହାଦ୍ କାଉନ୍ସିଲର ଅନ୍ୟ ଦଳଗୁଡ଼ିକୁ କହି ନ ଥିଲେ। ଆଇଇଡି ବିସ୍ଫୋରକ ଦ୍ୱାରା ଫିଦାୟିନ୍ ଆକ୍ରମଣ ଲାଗି କଶ୍ମୀର ଉପତ୍ୟକାର ତରୁଣମାନଙ୍କ ବ୍ରେନଓ୍ଵାସ୍ କରିବାକୁ ଏହି ଅଡିଓ ବ୍ୟବହାର କରିବାକୁ ସେ ଗୋପନରେ ପୁତୁରା ମହମ୍ମଦ ଉମୈର୍ ଓ ଅବ୍ଦୁଲ୍ ଗାଜିଙ୍କୁ ମୁତୟନ କରିଥିଲେ।

publive-image

କଶ୍ମୀରର ଜଣେ ବଡ଼ ଗୁଇନ୍ଦା ଅଧିକାରୀ କହିଛନ୍ତି: ଜୈସ୍-ଏ-ମହମ୍ମଦ୍ର କୌଣସି ଲୋକେ ପଦାକୁ ଆସି ନାହାନ୍ତି। ସେମାନେ ଦକ୍ଷିଣ କଶ୍ମୀରରେ ତିନି ଜଣ ରିଙ୍ଗ୍ ଲିଡର୍- ଉମୈର୍, ଇସ୍ଲାମି ଏବଂ ଅବ୍ଦୁଲ୍ ରଶିଦ ଗାଜିଙ୍କ ସହ ଆତ୍ମଗୋପନ କରିଛନ୍ତି। କଶ୍ମୀରରେ ଅଭିଯାନ ଚଳାଇଥିବା ପ୍ରାୟ ୬୦ ଜୈସ୍ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ଜଣ ପାକିସ୍ତାନୀ ହୋଇଥିବା ବେଳେ ବାକି ସ୍ଥାନୀୟ ଅଧିବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe