ପିଲା ଠାରୁ ଆରମ୍ଭକରି ବୁଢା ପର୍ଯ୍ୟନ୍ତ ସମସ୍ତେ ଆଜିକାଲି ଟିକଟକ୍ ପ୍ରେମରେ ବାୟା । ଏହି ଟିକଟକ ନିଶା କାହାର ଜୀବନ ନେଉଛି ତ କାହାର ସମ୍ମାନକୁ ହାନି ପହଁଚାଉଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଆଜମଗଢରେ ଦେଖିବାକୁ ମିଳିଛି । ମହିଳାଙ୍କ ଫଟୋରେ କିିଛି ପରିବର୍ତ୍ତନ କରି ଭିଡିଓ ପ୍ରସ୍ତୁତ କରି ଟିକଟକରେ ପୋଷ୍ଟ କରିଛନ୍ତି । ପୀଡିତ ମହିଳା ପୋଲିସରେ ମାମଲା ଦାୟର୍ କରିବା ପରେ ଆଜମଗଢ ପୋଲିସ ୧୮ ବର୍ଷର ଅଭିଯୁକ୍ତ ପଙ୍କଜ ସାହାଣୀଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି ।
ସୂଚନାନୁସାରେ, ଅଭିଯୁକ୍ତ ଏକ ବିବାହ ସମୟରେ ପୀଡିତାଙ୍କ ସହ ଭେଟ ହୋଇଥିଲେ । ତାଙ୍କର କିଛି ଫଟୋ ଉଠାଇଥିଲେ । ଏହା ସହିତ ଫଟୋରେ କିିଛି ପରିବର୍ତ୍ତନ କରି, ଫେସବୁକ ଓ ଟିକଟକରେ ଫେକ୍ ଆକାଉଣ୍ଟ ଖୋଲି ପୋଷ୍ଟ କରିଥିଲେ । ଆଜମଗଢ ପୋଲିସ ମୁତାବକ, ଏହି ଘଟଣାରେ କମ୍ପାନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ପଠାଯିବ । ଏହି ନୋଟିସରେ ଆମକୁ ଏହି କଥାର ସ୍ପଷ୍ଟିକରଣ ଦରକାର କି, ଟିକଟକରେ କୌଣସି ପ୍ରକାରର ଅପରାଧିକ , ଆପତ୍ତିଜନକ ତଥା ଅଶ୍ଲୀଳ ଭିଡିଓ ଅପଲୋଡ ହେବ ନାହିଁ । ଟିକଟକ୍ କମ୍ପାନୀ ଏଭଳି ଅପରାଧିକ ଘଟଣା ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଏଥି ସହିତ ଟିକଟକ୍ ବିରୁଦ୍ଧରେ କାହିଁକି ଆଇଟି ଅଧିନିୟମ ୨୦୦୯ (ସଂଶୋଧିତ) ଧାରା ୩(୨)(ସି) ଏବଂ ଧାରା ୮୫ ରେ ମାମଲା ଦର୍ଜ କରାଯାଉନାହିଁ । କେନ୍ଦ୍ରୀୟ ସୂଚନା ମନ୍ତ୍ରାଳୟର ସାଇବର କାନୁନ ଏବଂ ଇ-ସୁରକ୍ଷା ଓି୍ୱଙ୍ଗ ପ୍ରଥମରୁ ହିଁ ଟିକଟକ୍ ସଂଚାଳକଙ୍କୁ ଏହି ବିଷୟରେ ନୋଟିସ ଜାରି ହୋଇଥିଲା । ଯାହାର ଉପଯୋଗ ଭାରତ ବିରୋଧୀ ଏବଂ ଅପରାଧିକ ଗତିବିଧି ଉପରେ ଦୃଷ୍ଟି ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/960x0.jpg)
/kanak/media/post_attachments/wp-content/uploads/2019/11/tiktok-796x419-300x158.png)