ଜେଲରେ ବନ୍ଦ ଥିବା ଆଜମ୍ ଖାନ ଗୁରୁତର । ଜେଲରେ ପହଂଚି ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ । ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି

127

କନକ ବ୍ୟୁରୋ :  ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ ଗୁରୁତର ହୋଇପଡିଛନ୍ତି । ସୋମବାର ସକାଳେ ଏକ ଡାକ୍ତରୀ ଦଳ ଜେଲରେ ପହଂଚି ଆଜମ୍ ଖାନଙ୍କ ଚିକିତ୍ସା କରୁଛନ୍ତି । ଜେଲ ପ୍ରଶାସନର ସୂଚନା ମୁତାବକ ଆଜମ୍ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଜାରି ରହିଛି ।

କହିରଖୁ କି କିଛିଦିନ ପୂର୍ବରୁ ବି ଆଜମ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରୁ ବାହାରକୁ ଆଣି ଏକ ହସ୍ପିଟାଲରେ ପାଖ। ପାଖି ୯୦ ଦିନ ଚିକିତ୍ସା କରାଯିବା ପରେ  ପୁଣି ଜେଲକୁ ନିଆଯାଇଥିଲା ।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ ୨୦୨୦ ଫେବୃଆରୀ ମାସରୁ ସୀତାପୁର ଜେଲରେ ବନ୍ଦୀ ଅଛନ୍ତି । ବେଆଇନ ଭାବେ ଜମି ଦଖଲ କରିବା, ନକଲି ଦସ୍ତାବିଜ ଦାଖଲ କରିବା ସମେତ ଅନ୍ୟ କିଛି ମାମଲାରେ ତାଙ୍କ ଉପରେ ମାମଲା ଚାଲିଛି । ଆଜମ୍ ଖାନଙ୍କ ବ୍ୟତୀତ ଏହି ମାମଲାରେ ତାଙ୍କ ପୁଅ ଅବ୍ଦୁଲା ଖାନ ବି ଜେଲରେ ଅଛନ୍ତି । ହେଲେ ତାଙ୍କ ପତ୍ନୀ ତାଜୀନ ଜାମିନ ପାଇଛନ୍ତି ।

ଅନ୍ୟପଟେ ଆଗାମୀ ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳ ପାଇଁ ଆଜମ୍ ଖାନଙ୍କ ଉପସ୍ଥିତି ବହୁତ ଜରୁରୀ ବୋଲି ଦଳ ଅନୁଭବ କରି ତାଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବାକୁ ପ୍ରୟାସ କରୁଥିବା କଥା କୁହାଯାଇଛି ।