କିଏ ଏହି ମେରୀ ମିଲବେନ ? ‘ଆଜାଦୀ କି ଅମୃତ ମହୋତ୍ସବ’ ରେ ସାମିଲ ହେବାକୁ ଭାରତ କଲା ନିମନ୍ତ୍ରଣ

192

କନକ ବ୍ୟୁରୋ : ଏକଦା ‘ଓମ୍ ଜୟ ଜଗଦୀସ ହରେ’ ଓ ‘ଜନଗଣ ମନ ଅଧିନାୟ’ ଭଳି ଭାରତୀୟ ଜାତୀୟ ସଂଗୀତଙ୍କୁ ପରିବେଷଣ କରି ଚର୍ଚ୍ଚା ସାଉଣ୍ଟି ଥିବା ଆଫ୍ରିକା-ଆମେରିକୀୟ ମହିଳା ମେରୀ ମିଲବେନ ଭାରତ ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆୟୋଜିତ ‘ଆଜାଦୀ କି ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି । ଭାରତୀୟ ସାଂସ୍କୃତିକ ପରିଷଦ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ।

ମେରୀ ମିଲବେନ ଭାରତ ଆସିବା ପୂର୍ବରୁ କହିଛନ୍ତି ୧୯୫୯ ରେ ଭାରତ ଯାତ୍ରା କରିଥିବା ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ପଦାଙ୍କ ଅନୁଷରଣ କରି ମୁଁ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜଣେ ସାଂସ୍କୃତିକ ରାଜଦୂତ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ।

କହିରଖୁ କି ମିଲବେନ ଜଣେ ଆମେରିକୀୟ କଳାକାର । ଯାହାଙ୍କୁ ଭାରତୀୟ ସାଂସ୍କୃତିକ ପରିଷଦ ନିମନ୍ତ୍ରଣ କରିଛି । ମିଲବେନ ଆହୁରି କହିଛନ୍ତି କି, “ମୁଁ ଏଭଳି ଏକ ସମୃଦ୍ଧ ମାତୃଭୂମୀକୁ ଅନୁଭବ କରିବାକୁ ଓ ଭାରତୀୟଙ୍କ ସହ ଆମେରିକାର ସାର୍ଥକ ସଂପର୍କକୁ ନେଇ ଉତ୍ସବ ପାଳନ କରିବା ସହ ମହତ୍ୱପୂର୍ଣ୍ଣ ଲୋକତାନ୍ତ୍ରିକ ମେଣ୍ଟକୁ ମଜବୁତ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି”