ସ୍ତନ କର୍କଟ ରୋଗରେ ଜୀବନ ସହ ସଂଗ୍ରାମ କରୁଥିବା ସ୍ତ୍ରୀଙ୍କ ପାଇଁ କରୱାଚୌଥ୍ ବ୍ରତ ରଖିଲେ ଏହି ଅଭିନେତା ।

552

ଶନିବାର କରଓ୍ଵାଚୌଥ୍ ବତ୍ର ଥିବା ବେଳେ ଅନେକ ମହିଳା ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବ୍ରତ ରଖିଛନ୍ତି । ସବୁ ବିପଦରୁ ସେ ଯେମିତି ସୁରକ୍ଷିତ ରହିବେ ସେ ନେଇ ସବୁ ପତ୍ନୀ ନିଜ ନିଜର ସ୍ୱାମୀମାନଙ୍କ ପାଇଁ ଏହି ବ୍ରତ ରଖିଥିବା ଦେଖାଯାଇଛି । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ବ୍ରତ ରଖିଛନ୍ତି ଅଭିନେତା-କଣ୍ଠଶିଳ୍ପୀ ଆୟୁଷ୍ମାନ ଖୁରାନା । ସବୁ ଥର ତାଙ୍କ ପତ୍ନୀ ତାହିରା କଶ୍ୟପ ତାଙ୍କ ପାଇଁ ବ୍ରତ ରଖୁଥିବା ବେଳେ ଚଳିତ ବର୍ଷ ସେ ତାହିରାଙ୍କ ଆୟୁଷ ବଢ଼ାଇବା ପାଇଁ ବ୍ରତ ରଖିଛନ୍ତି ।

 

ସୂଚନା ମୁତାବକ, କିଛି ଦିନ ତଳେ ତାହିରା ସ୍ତନ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା । ସେ ତାହିରାଙ୍କୁ ହରାଇ ବସିବେ ବୋଲି ଭାବି ଡ଼ରି ଯାଇଥିଲେ ଆୟୁଷ୍ମାନ । ଏବେ ତାହିରାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ କେମିତି ଖୁବ୍ ଶୀଘ୍ର ସୁସ୍ଥ ହେବେ ସେ ନେଇ ପ୍ରାର୍ଥନା କରିବା ପାଇଁ ଆୟୁଷ୍ମାନ କରଓ୍ଵାଚୌଥ୍ ବତ୍ର ରଖିଥିବା ଜଣାପଡ଼ିଛି । ଏ ନେଇ ସେ ତାଙ୍କ ହାତରେ ‘ତ’ ଲେଖାଥିବା ଏକ ଫଟୋ ସେୟାର କରି ଚଳିତ ବର୍ଷ ତାହିରା କରଓ୍ଵାଚୌଥ୍ ବତ୍ର ରଖି ପାରିବେ ନାହିଁ । କିନ୍ତୁ ମୁଁ ତାଙ୍କ ପାଇଁ ରଖିଛି ବୋଲି ଲେଖିଥିବା ଦେଖାଯାଇଛି ।