ବଲିଉଡର ବାଜିରାଓଙ୍କୁ ଫଲୋ କରୁଛନ୍ତି ଷ୍ଟାଇଲିସ ଆଇକନ ଆୟୁଷ୍ମାନ ! ନିଜେ ଖୋଲିଲେ ସିକ୍ରେଟ

47

ଫିଲ୍ମ ପରେ ଆୟୁଷ୍ମାନ ଖୁରାନାଙ୍କ ଜବରଦସ୍ତ ଅନ୍ଦାଜ ଏବେ ଦେଖିବାକୁ ମିଳିଛି ମାଗାଜିନରେ । ବଲିଉଡର ଏହି ଷ୍ଟାଇଲ୍ ଆଇକନ୍ ମ୍ୟାନସ ୱାର୍ଲ୍ଡ ମାଗାଜିନର କଭରପେଜରେ ଦେଖାଇଛନ୍ତି ନିଜ କମାଲ୍ । ସବୁବେଳେ ନିଜ ଗୁଡ୍ ଲୁକ୍ସରେ ଫ୍ୟାନମାନଙ୍କୁ ଘାଇଲା କରୁଥିବା ଆୟୁଷ୍ମାନ କିନ୍ତୁ ପସନ୍ଦ କରନ୍ତି ରଣବୀର ସିଂଙ୍କ ଷ୍ଟାଇଲ୍ । ନିଜର ଏମିତି ଏକ ସିକ୍ରେଟ୍ ବିଷୟରେ କହିଛନ୍ତି ଆୟୁଷ୍ମାନ ।

ବଲିଉଡର ଲୋକପ୍ରିୟ କଳାକାର ଆୟୁଷ୍ମାନ ଖୁରାନା ସବୁବେଳେ ଜଣାଯାଆନ୍ତି ନିଜ ଷ୍ଟାଇଲ୍ ଆଉ ସ୍ମାଇଲ୍ ପାଇଁ । ନିଜ ଜବରଦସ୍ତ ଅଭିନୟ ସହ ଗୁଡ୍ ଲୁକ ପାଇଁ ଆୟୁଷ୍ମାନ ବନାଇ ପାରିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ । ଆଉ ଇଣ୍ଡଷ୍ଟ୍ରୀରେ ସେ ବେଶ ପରିଚିତ ନିଜ ଜବରଦସ୍ତ ଡ୍ରେସିଂ ସେନ୍ସ ପାଇଁ । ନିକଟରେ ଏହି ହ୍ୟାଣ୍ଡସମ୍ ଆକ୍ଟର୍ ନଜର ଆସିଛନ୍ତି ମ୍ୟାନ୍ସ ୱାର୍ଲ୍ଡ କଭର୍ ପେଜରେ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ୍ମାନ ନିଜ ମାଗାଜିନ୍ କଭର୍ ଲୁକ ରିଭିଲ୍ କରିଛନ୍ତି ।

ନିଜ ଷ୍ଟାଇଲ୍ ପାଇଁ ଏକାଧିକ ସମ୍ମାନ ହାତେଇଥିବା ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ପସନ୍ଦ ବାଜିରାଓଙ୍କ ଲୁକ୍ । ଇଣ୍ଡଷ୍ଟ୍ରୀରେ ନିଜ ଭିନ୍ନ ଓ ନିଆରା ଡ୍ରେସିଂ ସେନ୍ସ ପାଇଁ ସବୁବେଳେ ସମାଲୋଚିତ ହେଉଥିବା ରଣବୀର୍ ସିଂ ହେଉଛନ୍ତି ଆୟୁଷ୍ମାନଙ୍କ ଷ୍ଟାଇଲ୍ ଆଇକନ୍ । ଆକ୍ଟିଂ ହେଉ ଅବା, ସିଙ୍ଗି ଷ୍ଟାଇଲ୍ ଆଉ ସ୍ମାଇଲ୍ ଏସବୁର ପ୍ୟାକେଜ୍ ହେଉଛନ୍ତି ଅଭିନେତା ଆୟୁଷ୍ମାନ । ଏବେ ମାଗାଜିନରେ ଦେଖିବାକୁ ମିଳିବ ଆୟୁଷ୍ମାନଙ୍କ ଏହି ଅନ୍ଦାଜ ।