‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ର ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

130

କନକ ବ୍ୟୁରୋ : ଆୟୂଷ୍ମାନ ଭାରତର ଡିଜିଟାଲ ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ଲୋକ ଏକ ୟୁନିକ ଆଇଡି କାର୍ଡ ପାଇବେ । ଯେଉଁଥିରେ ଜଣେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଉଲ୍ଲେଖ ରହିବ । ଏହି କାର୍ଡରେ ଥିବା ତଥ୍ୟ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ । ଏହି ଯୋଜନା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ଲାଭ ପାଇବେ ।

ମୁଖ୍ୟତଃ ଦେଶର ଗରିବ ଏବଂ ମଧ୍ୟବିତ ପରିବାର ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଗଚତର୍ଷ ସ୍ୱାଧୀନତା ଦିବସ ଅବସରରେ ମୋଦୀ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ବାବଦରେ ଘୋଷଣା କରିଥିଲେ । ପ୍ରାଥମିକ ଭାବରେ ଦେଶର ୬ଟି କେନ୍ଦ୍ର ଶାସିତ ଅଂଚଳରେ ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା ।