ରାମଦେବଙ୍କ କରୋନା ଔଷଧ ଉପରେ ବିଶେଷଜ୍ଞ ଡାକ୍ତରଙ୍କ ପ୍ରତିକ୍ରିୟା । କହିଲେ, ବିଶ୍ୱାସ କରିବା ପୂର୍ବରୁ ଠିକ୍ ଭାବରେ ପରୀକ୍ଷା ଆବଶ୍ୟକ । ଆୟୁଷ ମନ୍ତ୍ରାଳୟ କହିଲା, ଯାଞ୍ଚ ପରେ ଦିଆ ଯାଇପାରେ ଅନୁମତି ।

ରାମଦେବଙ୍କ କରୋନା ଔଷଧ ଉପରେ ବିଶେଷଜ୍ଞ ଡାକ୍ତରଙ୍କ ପ୍ରତିକ୍ରିୟା । କହିଲେ, ବିଶ୍ୱାସ କରିବା ପୂର୍ବରୁ ଠିକ୍ ଭାବରେ ପରୀକ୍ଷା ଆବଶ୍ୟକ । ଆୟୁଷ ମନ୍ତ୍ରାଳୟ କହିଲା, ଯାଞ୍ଚ ପରେ ଦିଆ ଯାଇପାରେ ଅନୁମତି ।

କନକ ବ୍ୟୁରୋ: ରାମଦେବ ବାବାଙ୍କ ଏହି ଔଷଧ କରୋନିଲ ଓ ଶ୍ୱାସାରୀ ଏବେ ଚର୍ଚ୍ଚାରେ । କରୋନା ମହାମାରୀର ନିରାଶା ଭିତରେ ସମସ୍ତେ ଔଷଧ କିମ୍ବା ଟୀକାକୁ ଅପେକ୍ଷା କରିଥିବା ବେଳେ ରାମଦେବ ବାବାଙ୍କ ଏହି ଔଷଧ, ଉନ୍ମୋଚନ ହେଉ ହେଉ ବିବାଦ ଘେରକୁ ଆସିଗଲା । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି –

ଏହା ଏକ ଭଲ କଥା ଯେ, ଜଣେ ଯୋଗଗୁରୁ ଦେଶକୁ ଏକ ନୂଆ ଔଷଧ ଦେଇଛନ୍ତି । ହେଲେ ଆୟୁଷ ମନ୍ତ୍ରାଳୟ ଏହାକୁ ଆନୁଷ୍ଠାନିକ ଭାବେ ଅନୁମତି ଦେବା ଦରକାର । ମାତ୍ର ଗୋଟିଏ ଦିନ ପୂର୍ବରୁ ପତଞ୍ଜଳି ପୂର୍ବରୁ ମନ୍ତ୍ରାଳୟକୁ ତଥ୍ୟ ପଠାଯାଇଛି । ଆମେ ଏହାକୁ ଯାଂଚ କରିବୁ ଏବଂ ତର୍ଜମା କରିବା ପରେ ଅନୁମତି ଦିଆଯାଇ ପାରିବ । ମନ୍ତ୍ରାଳୟର ବିନା ଅନୁମତିରେ ଏହାର ବିଜ୍ଞାପନ ଦିଆଯାଇ ପାରିବ ନାହିଁ ।

ମଙ୍ଗଳବାର ହରିଦ୍ୱାରର ପତଞ୍ଜଳି ଯୋଗପୀଠରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାବା ରାମଦେବ ଦାବି କରିଥିଲେ, ଏହି ଔଷଧ କରୋନାକୁ ଭଲ କରିଦେବାର ଶହେ ପ୍ରତିଶତ ଗାରେଂଟି ରହିଛି । କିନ୍ତୁ ବାବାଙ୍କ ଏହି ଦାବିକୁ ବିଶ୍ୱାସ କରି ପାରୁନାହାନ୍ତି ବିଶେଷଜ୍ଞ । ଏହା ଭିତରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପତଞ୍ଜଳିକୁ ଔଷଧର ଉପଦାନ ବିଷୟରେ ବିସ୍ତୃତ ତଥ୍ୟ ମାଗିଛି । ଗବେଷଣାରୁ କଣ ତଥ୍ୟ ମିଳିଥିଲା, କେଉଁମାନଙ୍କଠାରେ ଏହି ଔଷଧକୁ ପ୍ରୟୋଗ କରାଯାଇଥିଲା, କେଉଁ ଡାକ୍ତରଖାନାରେ ଏହି ଗବେଷଣା କରାଯାଇଥିଲା,ଇନଷ୍ଟିଚ୍ୟୁଟସନାଲ ଏଥିକ୍ସ କମିଟିର ଅନୁମତି ନିଆଯାଇଥିଲା କି ନାହିଁ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପଂଜିକରଣ କରାଯାଇଥିଲା କି ନାହିଁ, ସେନେଇ ତଥ୍ୟ ମାଗିଛି ମନ୍ତ୍ରାଳୟ ।

ମଙ୍ଗଳବାର ବାବା ରାମଦେବ କହିଥିଲେ, ଜୟପୁର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ୯୫ ଜଣଙ୍କ ଉପରେ କ୍ଲିନିକାଲ କଂଟ୍ରୋଲ ଟ୍ରାଏଲ କରାଯାଇଥିଲା । ଏଥି ମଧ୍ୟରୁ ୩ ଦିନ ଭିତରେ ୬୯ ପ୍ରତିଶତ ଆକ୍ରାନ୍ତ ପଜିଟିଭ୍ରୁ ନେଗେଟିଭ୍ ହୋଇଥିଲେ ଏବଂ ୭ ଦିନ ଭିତରେ ଶହେ ପ୍ରତିଶତ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ । ବାବାଙ୍କ ଏହି ଦାବି, ଯଦି ଠିକ୍ ହୋଇଥାଏ, ତେବେ ସାରା ବିଶ୍ୱ ପାଇଁ ଏହି ଔଷଧ ଏକ ବରଦାନ ହେବ । କିନ୍ତୁ ଏଥିପାଇଁ ବାବାଙ୍କ ଔଷଧକୁ ଏବେ ବହୁ ପରୀକ୍ଷା ଦେବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe