ଆୟୁଷ ଛାତ୍ରସଂଘର ଅଭିିନବ ପ୍ରତିବାଦ : ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡ଼ି ଦାବି ପୂରଣ ପାଇଁ କଲେ ଗୁହାରୀ

76

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମ୍ଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ସଂଘ । ମୁଣ୍ଡିଆ ମାରି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି ।

ଆୟୁଷ ଛାତ୍ରସଂଘ ଅଭିଯୋଗ କରିଛି ଯେ, ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରିନାହିଁ । ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଆୟୁଷ ଡାକ୍ତର ପଦବୀ ବାହାର କରିବାକୁ ସେମାନେ ଦାବି କରିଛନ୍ତି । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।