ଲୋୟର ପିଏମଜିରେ ଛାତ୍ର ସଂଘର ଆନ୍ଦୋଳନ : ୨୧ ବର୍ଷ ହେଲା ବାହାରିନି ଆୟୁଷ ଡାକ୍ତର ପଦବୀ

86

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ସଂଘ । ସେମାନଙ୍କ ଅଭିଯୋଗ ଅନୁସାରେ ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରି ନାହିଁ । ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ ।

ତୁରନ୍ତ ଆୟୁଷ ଡାକ୍ତର ପଦବୀ ବାହାର କରିବା ଦାବିରେ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ବିଧାନସଭା ଚାଲିଥିବା ବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।