କନକ ବ୍ୟୁରୋ: ଧାରଣାରେ ବସିଲେ ଆୟୁଷ ଡାକ୍ତର । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ଆୟୁଷ ଡାକ୍ତର । ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇନାହାଁନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୮ଶହ ହସ୍ପିଟାଲ ଖୋଲଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ । ଉତମ ସ୍ୱାସ୍ଥ୍ୟ ପାଇଁ ପ୍ରତିବର୍ଷ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ହେବାକୁ ଦାବି କରିଛନ୍ତି । ସେପଟେ ଆୟୁଷ ଡାକ୍ତରଙ୍କୁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସମର୍ଥନ କରିଛନ୍ତି ।