କ’ଣ ଏହି ଦଶମୂଳ ରିଷ୍ଟ? ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି ଆୟୁର୍ବେଦ ଚିକିତ୍ସା

157

କନକ ବ୍ୟୁରୋ: ଦଶମୂଳ ରିଷ୍ଟ । ବଡଠାକୁର ଅସୁସ୍ଥ ହୋଇ ଅଣସରରେ ରହିବା ପରେ ରୋଗର ଉପଚାର ପାଇଁ ଦିଆଯାଇଥାଏ ଦଶମୂଳ ମହୌଷଧୀ । ବୈଦ୍ୟଙ୍କ ପରାମର୍ଶରେ ଏହି ଔଷଧ ପ୍ରସ୍ତୁତ ହୋଇଥାଏ । କୁହାଯାଏ , ଦଶମୂଳ ଔଷଧ ସମର୍ପଣ କରାଯିବା ପରେ ମହାପ୍୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ ।

ଦଶମୂଳ ହେଉଛି ଦେଶୀ ଆୟୁର୍ବେଦ ଚିକିତ୍ସା ପଦ୍ଧତି । ଦେଶୀ ଚିକିତ୍ସାରେ ରୋଗର ଉପଚାର କରାଯାଏ । ବିଶେଷଜ୍ଞଙ୍କ ମତରେ ଏଭଳି ଚିକିତ୍ସା ସମୟସାପେକ୍ଷ ହେଲେ ବି ବେଶ ପ୍ରଭାବଶାଳୀ ।

-ଦଶଟି ଔଷଧୀୟ ଗଛର ମୂଳକୁ ନେଇ ଏହି ଦଶମୂଳାରିଷ୍ଟ ପ୍ରସ୍ତୁତ କରାଯାଇଥାଏ ।
– ମୂଳକୁ ସିଝାଗଲା ପରେ ବେଲ, ଖୁଆ , ମହୁ, ଦେଶୀଘିଅ ନବାତ, ଭାଙ୍ଗ ଭଳି ଦ୍ରବ୍ୟ ବି ମିଶ୍ରଣ ହୋଇଥାଏ
– ଦୈନନ୍ଦିନ ଜ୍ୱର,କାଶ, କ୍ଲାନ୍ତି ଓ ଦୁର୍ବଳତା ଭଳି ଲକ୍ଷଣରୁ ଉପଶମ ମିଳେ
-ଗର୍ଭବତୀ ମହିଳାଙ୍କ ପାଇଁ ବି ଦଶମୂଳ ରିଷ୍ଟ ଫଳପ୍ରଦ
-ଶରୀରକୁ ସୁସ୍ଥ ରଖେ ଓ ହଜମ ଶକ୍ତି ବଢାଇବାରେ ବି ସହାୟକ ହୋଇଥାଏ
-ରୋଗ ପ୍ରତିଷେଧକ ଶକ୍ତି ବି ବଢିବାରେ ସହାୟକ ହୋଇଥାଏ

ବିଶେଷଜ୍ଞଙ୍କ ମତରେ ଘରର ସମସ୍ତ ସଦସ୍ୟ ଦଶମୂଳରିଷ୍ଟକୁ ଆପଣାଇବା ଦରକାର । ସମୟସାପେକ୍ଷ ହେଲେ ବି ଶରୀର ଉପରେ ଏହା ଭଲ ପ୍ରଭାବ ପକାଇଥାଏ । ସାମାନ୍ୟ ଜ୍ୱର ହେଲେ ଅନେକ ଲୋକ ବଜାରରୁ ଔଷଧ ଆଣି ଖାଇଦିଅନ୍ତି । କିନ୍ତୁ ଏହା ଲାଭ ବଦଳରେ ଶରୀରର କ୍ଷତି ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି । ତେଣୁ ଦଶମୂଳରିଷ୍ଟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆୟୁର୍ବେଦିକ ଡାକ୍ତର ।