ଆୟୁର୍ବେଦ ଡାକ୍ତରଙ୍କ ବିଲେଇ ନିଶା : ଘରେ ପାଳିଛନ୍ତି ୫ହଜାର ଟଙ୍କାରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲେଇ 

192

କନକ ବ୍ୟୁରୋ : ଆୟୁର୍ବେଦ ଡାକ୍ତରଙ୍କ ବିଲେଇ ନିଶା । ଘରେ ପାଳିଛନ୍ତି ଦେଢ ଲକ୍ଷ ଟଙ୍କାର ବିଲେଇ । ଏମିତି ଜଣେ ପଶୁ ପ୍ରେମୀ ହେଉଛନ୍ତି ବୈଦ୍ୟ ତାପସ ଷଡଙ୍ଗୀ । ଘରେ ପାଳିଛନ୍ତି ୫ ହଜାରୁ ଆରମ୍ଭ କରି ଦେଢ ଲକ୍ଷ ମୂଲ୍ୟର ବିରଳ ପ୍ରଜାତିର ବିଲେଇ । ପର୍ସିଆ, ବବଟେଲ, ବେଙ୍ଗଲ କ୍ୟାଟ ଭଳି ଅନେକ ବିରଳ ବିରାଡି ପୋଷିଛନ୍ତି ବୈଦ୍ୟ ତାପସ ଷଡଙ୍ଗୀ । ଏବେ ଘରେ ବିଲେଇ ଓ ଦେଶୀ ଗାଈ ପାଳୁଥିବା ଏହି ଆୟୁର୍ବେଦ ଡାକ୍ତର ତାପସ ଷଡଙ୍ଗୀଙ୍କ ପଶୁ ପାଳିବା ନିଶା ପିଲାଦିନରୁ ରହିଥିଲା ।

ପୂର୍ବରୁ ଘରେ ବିରଳ କୁକୁର, ପାରା ଓ ଶୁଆ ପାଳୁଥିଲେ । ହେଲେ ଏବେ ଗତ ୭ ବର୍ଷ ହେବ ବୈଦ୍ୟ ତାପସଙ୍କୁ ବିଲେଇ ପାଳିବା ନିଶା ଘାରିଛି  । ବୃତ୍ତିରେ ଜଣେ ଆୟୁର୍ବେଦ ଡାକ୍ତର ହୋଇଥିଲେ ପଶୁ ପ୍ରେମୀ ଭାବେ ସେ ବେଶ ଜଣାଶୁଣା । ଗତ ୨୧ ବର୍ଷ ଧରି ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ନିଜ ଅଭ୍ୟାସ ଜାରି ରଖିଛନ୍ତି । ଏହା ସହ ଆର୍ଟ ଅଫ ଲିଭିଂର ଯୋଗ ପ୍ରଶିକ୍ଷକ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ହେଲେ ଏବେ ବିଲେଇ ପୋଷିବା ନିଶା ତାଙ୍କୁ ଚର୍ଚ୍ଚାରେ ପରିସରକୁ ଆଣିଛି ।