କନକ ବ୍ୟୁରୋ: ପତଳା ହେବା ପାଇଁ ସମସ୍ତେ ଚାହୁଁଛନ୍ତି । ପତଳା ହେବା ପାଇଁ ସବୁ ପ୍ରକାରର ପଦ୍ଧତି ଆପଣାଉଛନ୍ତି ଜନତା । ଏହାରି ଭିତରେ ମୋଟାପଣ କମେଇବାକୁ ଭାରତ ଆସୁଛନ୍ତି ବିଦେଶୀ । ଆୟୁର୍ବେଦର ନୂଆ ଉପାୟ ସେମାନଙ୍କୁ ଅଧିକ ସୁସ୍ଥ ରଖୁଥିବା ମତ ଦେଉଛନ୍ତି ।

ପତଳା ହେବା ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରଣାଳୀ ଆପଣାନ୍ତି ଜନତା । କିନ୍ତୁ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକାରୁ ପ୍ରତିବର୍ଷ ୩ ଲକ୍ଷରୁ ଅଧିକ ଲୋକ ଭାରତକୁ ପେଟ କମାଇବାକୁ ଓ ସୁସ୍ଥ ହେବା ପାଇଁ ଆସୁଛନ୍ତି । ତାହା ପୁଣି ଆୟୁର୍ବେଦିକ ପ୍ରଣାଳୀରେ । ପଶ୍ଚିମଦେଶରେ ହେଉଥିବା କିଟୋ, ଆଟକିନ୍ ଓ ପାଲେଓ ଭଳି ଡାଏଟ୍ ବ୍ୟବସ୍ଥାରୁ ଫଳପ୍ରଦ ହେଉନାହାନ୍ତି ଜନତା? ଏ ପ୍ରଣାଳୀ ଦ୍ୱାରା ଶରୀର ପତଳା ତ ହେଉଛି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେଉନାହାନ୍ତି ବୋଲି ମତ ଦେଇଛନ୍ତି ଆମେରିକାର ଅନେକ ଜନତା ।

୨୦୦୯ରେ ଭାରତକୁ ଏହି ଆୟୁର୍ବେଦ ପ୍ରଣାଳୀରେ ପତଳା ହେବା ପାଇଁ ୫୦ ହଜାରରୁ ଅଧିକ ଲୋକ ଆସିଥିଲେ । ଯେଉଁଥିରୁ ୪୮ ହଜାର ଲୋକ ଏହି ପ୍ରଣାଳୀ ସପକ୍ଷରେ ମତ ଦେଇଛନ୍ତି ।
କ’ଣ ଏ ଆୟୁର୍ବେଦ ପ୍ରଣାଳୀ?
- ଶାକାହାରୀ ଖାଦ୍ୟ ଖାଇବା ପାଇଁ କୁହାଯାଏ
- ସକାଳୁ ଓ ସନ୍ଧ୍ୟା ସମୟରେ ଯୋଗ କରାଯାଇଥାଏ
- ଦିନକୁ ୨ରୁ ଅଢେଇ ଘଣ୍ଟା ଯୋଗ କରାଯାଇଥାଏ
-ମାନସିକ ଶାନ୍ତି ପାଇଁ ଧ୍ୟାନ କରିବା ପାଇଁ କୁହାଯାଏ
-ଘର ଖାଇବା ସହ, ଔଷଧଯୁକ୍ତ ଗାଈ ଘିଅ ଦିଆଯାଏ
-ପ୍ରୋଟିନ ଜାତୀୟ ଖାଦ୍ୟ କେବଳ ଡାଲି ଦିଆଯାଇଥାଏ
-ମାଟି ସ୍ନାନ କରାଯାଇଥାଏ
-ଦିନକୁ ଥରେ ଦହିଖାଇବାକୁ କୁହାଯାଇଥାଏ
-ସପ୍ତାହକୁ ଗୋଟିଏ ଦିନ ଉପବାସ ରଖାଯାଏ

ଏହି ସବୁ ଉପାୟ ଅନ୍ୟ ଉପାୟ ମାନଙ୍କଠାରୁ ସହଜ ଓ ସୁଲଭ ବୋଲି ମତ ରଖିଛନ୍ତି କିଛି ବିଦେଶୀ । ଏହି ଉପାୟ ଗୁଡିକ ଭାରତୀୟଙ୍କ ପାଇଁ ନୂଆ ନୁହେଁ । କିନ୍ତୁ ବିଦେଶୀମାନେ ଏହି ପ୍ରଣାଳୀ ତାଙ୍କ ଜୀବନ ପରିବର୍ତ୍ତନ କରୁଛି ବୋଲି ମତ ପ୍ରକାଶ କରିଛନ୍ତି ।