ଅସନ୍ତୁଷ୍ଟ ଆୟୁବଙ୍କୁ ମନାଇଦେଲା ବିଜେଡି ! ଦଳର ସାଧାରଣ ସମ୍ପାଦକ କରିବା ସହ ଦେଲା କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

271

କନକ ବ୍ୟୁରୋ : ଟିକେଟ୍ ବଦଳରେ ମିଳିଲା ସାଧାରଣ ସମ୍ପାଦକ ଦାୟିତ୍ୱ । ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା କଣ୍ଟାବାଞ୍ଚି ବିଧାୟକ ଆୟୁବ ଖାନଙ୍କୁ ମନାଇବାରେ ସଫଳ ହୋଇଛି ବିଜେଡି । ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ହାଜି ମହମ୍ମଦ ଆୟୁବ ଖାଁଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସହ କେନ୍ଦ୍ରାପଡା ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହଙ୍କୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଏନେଇ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ନିର୍ବାଚନ ପାଖଉଥିବା ବେଳେ, ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କିଛି ନେତା ଟିକେଟ୍ ପାଉଛନ୍ତି, ଆଉ କାହାର ଟିକେଟ୍ କଟୁଛି । ଟିକେଟ୍ ନମିଳିବାରୁ କିଛି ନେତା ଦଳ ଛାଡୁଥିବା ବେଳେ ଆଉ କିଛି ନେତାଙ୍କୁ ମିଳୁଛି ଦଳୀୟ ପଦବୀ ।