କନକ ବ୍ୟୁରୋ : ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିର ସମିକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମୟ ହୋଇଗଲାଣି ଅଯୋଧ୍ୟା । ଅନେକ ସାଧୁ ସନ୍ଥଙ୍କ ସମାଗମ ହେଲାଣି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେସବୁର ତଦାରଖ କରିଛନ୍ତି ଯୋଗୀ ଆଦିତ୍ୟନାଥ । କିଭଳି ଭାବେ ସୁଚାରୁ ରୂପେ ଏହି ମହାନ କାମ ସମାପନ ହେବ ସେଥିପାଇଁ ସଭିଁଙ୍କ ସହଯୋଗ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
  
 Follow Us