ଝଲସିବ ଅଯୋଧ୍ୟା ନଗରୀ : ଦୀପାବଳି ଦିନ ୫ଲକ୍ଷ ୫୦ ହଜାର ଦୀପରେ ହେବ ଆଲୋକିତ

265

କନକ ବ୍ୟୁରୋ : ଦୀପାବଳି ଦିନ ରେର୍କଡ ସ୍ତରରେ ୫ଲକ୍ଷ ୫୦ ହଜାର ଦୀପରେ ଆଲୋକ ଉତ୍ସବ ମୁଖର ହେବ ଅଯୋଧ୍ୟା ନଗରୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଆଜି ଦୀପତ୍ସୋବ କାର୍ଯ୍ୟକ୍ରମ ଆରମ୍ଭ କରିବେ । ସଂଧ୍ୟାରେ ସରଜୁ ନଦୀ କୂଳରେ ଆଳତି କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତମାନେ ଭର୍ଚ୍ରୁଆଲ ଦିୱାଲୀ କାର୍ଯ୍ୟକ୍ରମରେ ଯୋଗଦେବେ ।
ଗତବର୍ଷ ଏଠାରେ ଶ୍ରୀରାମଙ୍କ ୪ଲକ୍ଷ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଏହା ସହ ୧୪ଟି ମନ୍ଦିରରେ ୫୪ ହଜାର ଜଳାଯାଇଥିଲା । ଏଥରକ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଲକ୍ଷାଧିକ ସଂଖ୍ୟକ ଦୀପ ଜଳାଯିବ । ଶନିବାର ବିଶ୍ୱ ରେର୍କଡ ସ୍ତରରେ ଅଯୋଧ୍ୟାରେ ଜଳିବ ୫ଲକ୍ଷରୁ ଉର୍ଦ୍ଧ ଦୀପ । ତେବେ ୩ଦିନ ଧରି ଜାରି ରହିବ ଏହି କାର୍ଯ୍ୟକ୍ରମ । ଯାହାର ପ୍ରଥମ ଝଲକ ଗୁରୁବାରଠୁ ଦେଖିବାକୁ ମିଳିଛି ।