କନକ ବ୍ୟୁରୋ: ଅଯୋଧ୍ୟା ରାୟକୁ ନେଇ ଦାଖଲ ପୁନର୍ବିଚାର ଆବଦେନ ଖାରଜ । ସମସ୍ତ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ।ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠ ଆବେଦନ ଖାରଜ କରିଛନ୍ତି ।ଅଯୋଧ୍ୟା ରାୟକୁ ନେଇ ମୋଟ ୧୮ଟି ରିଭ୍ୟୁ ପିଟିସନ ଦାୟର ହୋଇଥିଲା ।ନଭେମ୍ବର ୯ରେ ସୁପ୍ରିମକୋର୍ଟ ଶୁଣାଇଥିଲେ ଐତିହାସିକ ରାୟ । ରାୟକୁ ଚ୍ୟାଲେଂଜ କରି ରିଭ୍ୟୁ ପିଟିସନ କରିଥିଲେ ୧୮ ପ୍ରତିବାଦୀ ।
ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ । ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୧୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ଅଲ-ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗୋଟିଏ ମାମଲା ଦାଏର ହୋଇଥିବାବେଳେ ହିନ୍ଦୁ ମହାସଭା ପକ୍ଷରୁ ଆଉ ଏକ ପୁନର୍ବିଚାର ମାମଲା ଦାଏର କରାଯାଇଥିଲା । ୪୦ ଜଣ ସମାଜସେବୀ ମଧ୍ୟ ପୁନର୍ବିଚାର ମାମଲା ଦାଏର କରିଥିଲେ ।