ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି । ନେପାଳ ସୀମାର ଉତ୍ତର ପ୍ରଦେଶରେ ୭ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି । ସୂଚନାନୁସାରେ, ଅଯୋଧ୍ୟା ଜମି ବିବାଦ ଘଟଣା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାର କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ୭ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଏହି ସୂଚନା ପରେ, ପୋଲିସ ପ୍ରଶାସନ ଏବଂ ସୁରକ୍ଷା କର୍ମୀମାନେ ସଜାଗ ହୋଇଯାଇଥିଲେ ।
ଆତଙ୍କବାଦୀମାନେ ଅଯୋଧ୍ୟାକୁ ଭକ୍ତଙ୍କ ବେଶ ଧାରଣ କରି ପ୍ରବେଶ କରିଥିଲେ । ଏହି ଗୁଇନ୍ଦା ସୂଚନା ପରେ, ପୋଲିସ୍ ହୋଟେଲ, ଧର୍ମଶାଳା, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ କଡା ସୁରକ୍ଷା ଦେଇଛି । କହିରଖୁଛୁ କି, ଅଯୋଧ୍ୟା ଘଟଣାର ଶୁଣାଣି ଶେଷ ହୋଇଛି । ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ ରହିଛି । ରାଜ୍ୟରେ ପ୍ରବେଶ କରିଥିବା ଏହି ୭ ଆତଙ୍କବାଦୀଙ୍କ ସଂଚାଳନ ପାକିସ୍ତାନରୁ ହେଉଥିବା ବେଳେ ସେମାନେ ଅଯୋଧ୍ୟା, ଫୈଜାବାଦ ଏବଂ ଗୋରଖପୁରରେ ଲୁଚି ରହିଥିବା ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ, ଆତଙ୍କବାଦୀମାନଙ୍କ ପରିଚୟ ୟାକୁବ, ଅବୁ ହମଜା, ମହମ୍ମଦ ଶାହବାଜ, ମିସାର ଅହମ୍ମଦ ଏବଂ ମହମ୍ମଦ କ୍ୱାମୀ ଚୌଧୁରୀ ନାମରେ କରାଯାଇଛି । ଏହି ଘଟଣା ଉପରେ ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପାକିସ୍ତାନୀ ଆତଙ୍କୀ ସଂଗଠନ ଉତ୍ତର ପ୍ରଦେଶକୁ ଟାର୍ଗେଟ କରୁଛି । ଏହି ଘଟଣାର ସୂଚନା ପରେ ଆମେ ସତର୍କ ଅଛୁ । ଅଯୋଧ୍ୟାରେ ୧୪ କୋସୀ ପରିକ୍ରମା ମଙ୍ଗଳବାର ଦିନ ଆରମ୍ଭ ହୋଇ ବୁଧବାର ସକାଳେ ସମାପନ ହେବ । ଏଥିରେ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ଲାଗି ରହିଛି । ଏଠାରେ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା କଡା ସୁରକ୍ଷା ସହିତ ଭକ୍ତଗଣଙ୍କ ଉପରେ ନଜର ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/HighAlert.jpg)
/kanak/media/post_attachments/wp-content/uploads/2019/11/DSFR-300x171.jpg)