ସେଦିନର ସଂଘର୍ଷ ଆଜିର ସଫଳତା । ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଲେ ଉମା ଭାରତୀ

741

କନକ ବ୍ୟୁରୋ : ଆଇନଗତ ଲଢେଇ, ଦୀର୍ଘଦିନର ଅପେକ୍ଷା ଓ ଶେଷରେ ସଫଳତା ଦେଖିବାକୁ ଦୀର୍ଘ ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ ଅଯୋଧ୍ୟାରେ ପହଂଚିବା ସହ ସ୍ୱାଧୀ ରୁତୁମ୍ଭରାଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି  । ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସମାହାରରେ ଏହି ଦୁଇ ଜଣ ଯୋଗ ଦେଇଛନ୍ତି । ଉମା ଭାରତୀ ୩୨ ବର୍ଷ ୪୬ ଦିନ ପୂର୍ବରୁ ଏହି ସ୍ଥାନରେ ଥିଲେ । ସେହିଦିନ ହିନ୍ଦୁ ଗୋଷ୍ଠୀ ବାବ୍ରି ମସଜିଦକୁ ଧ୍ୱଂସ କରୁଥିଲେ ଓ ଉମା ଭାରତୀ ସେମାନଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ଏହି ସମାନ ସ୍ଥାନରେ ବିଶାଳ ରାମ ମନ୍ଦିର ପ୍ରତିଷ୍ଟା କରାଯାଇଛି ଏବଂ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ମୂର୍ତ୍ତୀର ପ୍ରାଣ ପ୍ରତିଷ୍ଠା କରାଯାଇଛି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଠିକ୍ କିଛି ସମୟ ପୂର୍ବରୁ ଉମା ଭାରତୀ ନିଜର ଏକ ଫାଟା ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଉମା ଭାରତୀ ରାମ ମନ୍ଦିରର ବାହ୍ୟ ସ୍ତମ୍ଭ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଟ୍ୱିଟର(ଏକ୍ସ)ରେ ପୋଷ୍ଟ କରି ଉମା ଭାରତୀ ଲେଖିଛନ୍ତି କି, ମୁଁ ଅଯୋଧ୍ୟାରେ ପହଂଚିଛି ଓ ରାମ ମନ୍ଦିର ସାମ୍ନାରେ ଠିଆ ହୋଇଛି ।

ଉମା ଭାରତୀଙ୍କ ଏକ ପୁରୁଣା ଫଟୋ ମଧ୍ୟ ସାମ୍ନାକୁ ଆସଛି । ଯାହାକୁ ୬ ଡିସେମ୍ବର ୧୯୯୨ ରେ ଉଠାଯାଇଥିଲା । ଏହି ଚିତ୍ରରେ ଉମା ଭାରତୀ ଭେଟେରାନ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶିଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ ଉମା ଭାରତୀ ଏବଂ ଯୋଶୀ କ୍ୟାମେରା ଆଡକୁ ହସହସ ମୁଖରେ ଚାହିଁ ରହିଛନ୍ତି । ଯୋଶୀଙ୍କୁ ବର୍ତ୍ତମାନ ୯୦ ବର୍ଷ ହୋଇଯାଇଛି । ବୃଦ୍ଧାବସ୍ଥା କାରଣରୁ ସେ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରୁ ଦୂରେଇ ରହିଛନ୍ତି । ସେହିଭଳି ରାମ ମନ୍ଦିର ନିର୍ମାଣର ମୁଖ୍ୟ ପୋରୁଧା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଆଜି ଅଯୋଧ୍ୟା ଆସିନାହାଁନ୍ତି ।

ଉମା ଭାରତୀ ଓ ରୁତୁମ୍ଭରା ସଂଘ ପରିବାରର ସେହି ସଦସ୍ୟଙ୍କ ମାନଙ୍କ ମଧ୍ୟରେ ରହିଛନ୍ତି, ଯେଉଁମାନେ ବାବ୍ରୀ ମସଜିଦ ଧ୍ୱଂସ କରିବା ମାମଲାରେ ସିବିଆଇ ଦ୍ୱାରା ଅଭିଯୁକ୍ତ ହୋଇଥିଲେ । ୨୦୨୦ ମସିହାରେ ଏମାନଙ୍କୁ ଏକ ବିଶେଷ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ ।