କନକ ବ୍ୟୁରୋ : କିଛି ଦିନର ଅପେକ୍ଷା । ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଶୋଭା ପାଇବ ରାମଲାଲାଙ୍କ ବିଗ୍ରହ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୩ ତାରିଖଠୁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ । କିଭଳି ସୁରୁଖୁରରେ ଭବ୍ୟ ପ୍ରାଣପ୍ରତିଷ୍ଠା ଆୟୋଜନ କରାଯିବ ଏନେଇ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପୂରା ସହରକୁ ସାଜସଜା କରାଯିବା ସହ ବୋହୁ ପରି ସଜାଯାଉଛି ।

Advertisment

ସେପଟେ ନେପାଳ ସହ ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳଙ୍କ ଭିଡ । ପଦଯାତ୍ରା କରି ବିଶାଳ ଶୋଭାଯାତ୍ରା ସହ ଅଯୋଧ୍ୟାରେ ପହଁଚୁଛନ୍ତି ଶ୍ରରାମଙ୍କ ଭକ୍ତ । ସେପଟେ ଅହମ୍ମଦାବାଦରୁ ବିଶାଳ ଶୋଭାଯାତ୍ରା କରି ଅଯୋଧ୍ୟାରେ ପହଁଚିଛି ଧ୍ୱଜ ଦଣ୍ଡ । ମନ୍ଦିର ନିକଟରେ ଏହାକୁ ସ୍ଥାପନ କରାଯିବ ।

ସାମ୍ନାକୁ ଆସିଛି ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର । ନିଦ୍ଧିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ପତତ୍ର ଦିଆଯାଉଛି । ନିମନ୍ତ୍ରଣ ପତ୍ର ସହ ବୁକଲେଟ ରହିଛି । ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କ କଥା ବୁକଲେଟରେ ସ୍ଥାନ ଦିଆଯାଇଛି ।

ସେପଟେ ଭୋପାଳରୁ ଆସିଛି ରୋଚକ ଘଟଣା । ଏଠାକାର ମଠ ମନ୍ଦିରର ପୂଜକମାନେ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ କରିଛନ୍ତି । ଯିଏ ବିଜେତା ହେବେ ସେମାନେ ମାଗଣ।।ରେ ଅଯୋଧ୍ୟା ଆସି ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବେ । ସବୁଠୁ ବଡ କଥା ହେଉଛି ଧୋତି କୁର୍ତା ପିନ୍ଧି କ୍ରିକେଟ ଖେଳିଛନ୍ତିି ପୂଜାରୀ ।

ସେହିଭଳି ଅଯୋଧ୍ୟା ପ୍ରାଣପ୍ରତିଷ୍ଠାରେ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ପହଁଚିବେ ।ସେମାନଙ୍କ ରହଣୀଠୁ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ସମସ୍ତ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବନ୍ଦୋବସ୍ତକୁ କଡ଼ାକଡି କରାଯାଇଛି । ଅଯୋଧ୍ୟାରେ ଜାନୁଆରୀ ୧୬ରୁ କାର୍ଯକ୍ରମ ଆରମ୍ଭ ହେବ ଓ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ।

ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ । ୫୧ଇଂଚ ରହିବ ମୂର୍ତିର ଉଚ୍ଚତା । ୧୬ ତାରିଖରୁ ଆରମ୍ଭ ହେବ ପ୍ରାଣପ୍ରତିଷ୍ଠା ପୂର୍ବ କାର୍ଯ୍ୟ । ୩ଜଣ ମୂର୍ତି କାରିଗରଙ୍କ ମୂର୍ତି ମଧ୍ୟରୁ କର୍ଣ୍ଣାଟକ ଅରୁଣ ଯୋଗୀରାଜଙ୍କ ମୂର୍ତି ଉପରେ ମୋହର ମାରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଏହା ପାଇଁ ଟ୍ରଷ୍ଟ ପକ୍ଷରୁ ମତଦାନ କରାଯାଇଥିଲା ।