ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା

181

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଉପରେ ଭକ୍ତଙ୍କ ଦାନବର୍ଷା । ମନ ଖୋଲା ଦର୍ଶନ ସାଙ୍ଗକୁ ଭକ୍ତ କରିଛନ୍ତି ହୃଦୟ ଖୋଲା ଦାନ । ପ୍ରାଣପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଖୋଲାଯିବା ପରେ ଅଯୋଧ୍ୟାକୁ ଛୁଟି ଆସିଥିଲେ ଲକ୍ଷାଧିକ ସଂଖ୍ୟକ ଭକ୍ତ । ବାଳକରାମଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ ରେକର୍ଡସ୍ତରରେ କରିଛନ୍ତି ଦାନ । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୪୦ଟି ଦାନ ହୁଣ୍ଡି ବ୍ୟବସ୍ଥା କରାଯାଇଥିଲା ।

ରାମମନ୍ଦିର ଉପରେ ଦାନବର୍ଷା
-ବାଳକ ରାମଙ୍କ ଦର୍ଶନ କରି ପ୍ରଥମ ଦିନରେ ଶ୍ରଦ୍ଧାଳୁ ୩କୋଟି ୧୭ଲକ୍ଷ ଟଙ୍କା ଦାନ କରିଛନ୍ତି
-ଦେଶ ବିଦେଶରେ ଥିବା ଶ୍ରଦ୍ଧାଳୁ ଅନଲାଇନ ଦାନ କରିଛନ୍ତି
-ନଗଦ ଟଙ୍କା, ଅନଲାଇନ ଟ୍ରାନଞ୍ଜକ୍ସନ, ସୁନା ଅଳଙ୍କାର ଭେଟି ମିଳିଛି
-ମୋଟ ୩କୋଟି ୧୭ଲକ୍ଷ ଟଙ୍କା ଦାନ କେବଳ ପ୍ରଥମ ଦିନରୁ ମିଳିଛି ।

ଯଦି ନଜର ପକାଇବା ଦେଶର ବିଶିଷ୍ଠ ବ୍ୟକ୍ତିଙ୍କ ଦାନ ଉପରେ ତେବେ…..
-ମୋରାରୀ ବାପୁ ଅଯୋଧ୍ୟା ରାମମନ୍ଦିର ପାଇଁ ୧୬କୋଟି ଟଙ୍କା ଦାନ କରିଥିବା ଜଣାପଡିଛି ।
-ମୁକେଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ମୋଟ ୧୦କୋଟି ଟଙ୍କା ଦାନ କରିଛନ୍ତି ।
-ସୁରଟର ବ୍ୟବସାୟୀ ଦିଲ୍ଲୀପ କୁମାର ଲାଖୀ ୧୦୧ କେଜି ସୁନା ଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୬୮କୋଟି ଟଙ୍କା ରହିଛି ।
-ସୁରଟର ହୀରା ବ୍ୟବସାୟୀ ମୁକେଶ ପଟେଲ ୧୧କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଖଚିତ ମୁକୁଟ ପ୍ରଦାନ କରିଛନ୍ତି
-ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦କୋଟି ଟଙ୍କା ଓ ସୁନାର ଧନୁ, ତୀର ଦିଆଯାଇଛି

ସୂଚନା ଅନୁସାରେ ଦାନର ତାଲିକା ବେଶ ଲମ୍ବା ରହିଛି । ମୋଟ ୩୨ଶହ କୋଟି ଦାନ ମିଳିଥିବା କୁହାଯାଉଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଦେଶ ବିଦେଶରୁ ଦାନ ଭିତରେ ଖାଦ୍ୟ ସାମଗ୍ରୀ ମଧ୍ୟ ଭାରିମାତ୍ରାରେ ମିଳୁଛି । ସେପଟେ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ଅନେକ ସିନେ ତାରକା ମଧ୍ୟ ଅଯୋଧ୍ୟାକୁ ମଧ୍ୟ ମୁକ୍ତ ହସ୍ତରେ ଦାନ କରିଛନ୍ତି । ସୂଚନା ଅନୁସାରେ ଅଭିନେତା ପୱନ କଲ୍ୟାଣ ୩୦କୋଟି ଟଙ୍କା ଦାନ କରିଥିବାବେଳେ ବାଳକ ରାମଙ୍କ ପାଇଁ ମୁକେଶ ଖନ୍ନା ଦେଇଛନ୍ତି ଏକ ଲକ୍ଷ ଟଙ୍କା ଦାନ । ସେହିପରି ଅକ୍ଷୟ କୁମାର ଓ ଅନୁପମ ଖେର ମଧ୍ୟ ଅଯୋଧ୍ୟାକୁ ଦାନ କରିଛନ୍ତି ।ଯାହାର ବିବରଣୀ ମିଳିନି । ଏବେ ସୁଦ୍ଧା ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ରାମମନ୍ଦିରକୁ ୩୨ଶହ କୋଟି ଦାନ ମିଳିଥିବା କୁହାଯାଉଛି ।।