ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ ଭିଭିଆଇପି ଦର୍ଶନ ଟିକେଟ ବିକିବା ଅଭିଯୋଗ

143

କନକ ବ୍ୟୁରୋ : ଅନଲାଇନ ସପିଂ ସାଇଟରେ ଘୁରି ବୁଲୁଛି ଅନେକ ଫଟୋ । ଯାହା ଉପରେ ଲେଖାଯାଇଛି ଏହା ହେଉଛି ଅଯୋଧ୍ୟା ରାମ ପ୍ରସାଦ । ଏହା ପାଇଁ ନିଦ୍ଧିଷ୍ଟ ଦାମ ମଧ୍ୟ ଉଲ୍ଲେଖ ରହିଛି । ଏଭଳି ଲୋକଙ୍କୁ ଭ୍ରମିତ କରିବା ପାଇଁ କିଛି ସାଇଟରେ ମାଗଣା ପ୍ରସାଦ ମିଳୁଥିବା ମଧ୍ୟ କୁହାଯାଉଛି । ସାରା ଦେଶରେ ଏବେ ରାମମୟ ହୋଇଥିବାବେଳେ ଶ୍ରଦ୍ଧାଳୁ ମଧ୍ୟ ଅଯୋଧ୍ୟା ରାମପ୍ରସାଦ ଭାବି ଏହାକୁ କିଣୁଛନ୍ତି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ପ୍ରସାଦ ଆଦୌ ଅଯୋଧ୍ୟା ରାମମନ୍ଦିର ନୁହେଁ । ଏହା ନକଲି ପ୍ରସାଦ ଅଟେ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଆଯୋଧ୍ୟା ରାମମନ୍ଦିର ପ୍ରସାଦ ଅନଲାଇନରେ ଉପଲବ୍ଧ କରାଯାଇନି । କୌଣସି ଏଜେନ୍ସି ବା ଭେଣ୍ଡରକୁ ଏନେଇ କୌଣସି ନିୟୋଜିତ କରାଯାଇନି ।

ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ସୋସିଆଲ ମିଡିଆ ସାଇଟରେ କିଛି ଫଟୋ ପୋଷ୍ଟ କରି କହିଛି, ନକଲି ବିଜ୍ଞାପନ ଜରିଆରେ ଆମାଜନ ଓ ଖଦି ଅର୍ଗାନିକ ଲୋକଙ୍କୁ ଭ୍ରମିତ କରୁଛନ୍ତି । ରାମଙ୍କ ନାଁରେ ଛଳକପଟ କରୁଛନ୍ତି କମ୍ପାନୀ । ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏଭଳି କାମକୁ ଆଦୌ ପ୍ରଶ୍ରୟ ଦିଏନି । ଯଥା ଶିଘ୍ର ଫର୍ଜୀ ବିଜ୍ଞାପନକୁ ହଟାଯାଉ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମାଜାନ ଓ ଖଦି ଅର୍ଗାନିକ ଭଳି ନାଁକରା ୱେବସାଇଟରେ ଫର୍ଜୀ ବିଜ୍ଞାପନ ଚିନ୍ତାଜନକ ।

ଆମଜାନ ଓ ଖଦି ଅରଗାନିକ ନୁହେଁ ଅନେକ ଛୋଟବଡ ଅନଲାଇନ ସପିଂ ୱେବସାଇଡରେ ରାମଙ୍କ ନାଁରେ ନକଲି ପ୍ରସାଦ, ଭିଆଇପି ଦର୍ଶନ ଟିକେଟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏପରିକି କିଛ ସାଇଟରେ ଅଯୋଧ୍ୟା ନାଁରେ ଚାନ୍ଦା ସଂଗ୍ରହଣ ପାଇଁ ଫର୍ଜୀ ଆକାଉଁଟ ଖୋଲାଯାଇଛି ଓ ଏହାଠୁ ସର୍ତକ ରହିବାକୁ ଶ୍ରୀରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବାରମ୍ବାର କୁହାଯାଉଛି ।