କନକ ବ୍ୟୁରୋ : ଅଯୋଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆସିଛି ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବେ । ସେହି ୪୮ ମିନିଟ ବେଶ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟକ୍ରମକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଅଭିଜିତ ମୁହୁର୍ତ ମୃଗଶିରା ନକ୍ଷତ୍ରରେ କରାଯିବ ପ୍ରାଣପ୍ରତିଷ୍ଠା । କୁହାଯାଉଛି ଦୀପତ୍ସୋବ ପରି ରାମଲଲାଙ୍କ ପ୍ରାଣପ୍ରତିଷ୍ଠାକୁ ଭବ୍ୟ ଆୟୋଜନ କରାଯିବ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଚାରୋଟି ପର୍ଯ୍ୟାୟ ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦ ଯାଏଁ ଚାଲିବ । ଆକ୍ସନ ପ୍ଲାନର ଏକ ବାହ୍ୟରେଖା ପ୍ରସ୍ତୁତ ହେବ । ଜାନୁଆରୀ ୨ରୁ ୨ୟ ପର୍ଯ୍ୟାୟ ଆରମ୍ଭ ହେବ । ଜାନୁଆରୀ ୨୨ରେ ତୃତୀୟ ପର୍ଯ୍ୟାୟରେ ମୁଖ୍ୟ କାମ ସମ୍ପାଦନ କରାଯିବ । ୪ର୍ଥ ପର୍ଯ୍ୟାୟ ଚାଲିବ ଫେବୃଅ।।ରୀ ୨୨ ଯାଏଁ । ଏହି ସମୟରେ ରାମଲଲାଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।