୫ଶହ ବର୍ଷ ଅପେକ୍ଷାର ଅନ୍ତ, ଅଯୋଧ୍ୟାରେ ହେଲା ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ: ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦେଶର ଶତାଧିକ ସାଧୁ, ୧୭୫ ଅତିଥିଙ୍କ ଉପସ୍ଥିିତିରେ ହେଲା ମନ୍ଦିରର ଶିଳାନ୍ୟାସ

248

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଭୂମିପୂଜନ କରିବା ଆଗରୁ ଅଯୋଧ୍ୟା ନରେଶଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ନରେନ୍ଦ୍ର ମୋଦି । ଶ୍ରୀରାମଙ୍କ ଦର୍ଶନ କରିବା ପରେ ଭୂମୀ ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୋଦି । ଯଜ୍ଞରେ ଆହୁତି ଦେବା ସହ ପୂର୍ବ ନିର୍ଦ୍ଧାରାତ ମମୟ ଅନୁସାରେ ଦିନ ୧୨ଟା ୪୪ ମିନିଟ୍ ୮ ସେକେଣ୍ଡରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ପକାଇଥିଲେ ମୋଦି । କରୋନା କଟକଣା ଭିତରେ ଭୂମି ପୂଜନ ପାଇଁ ମୁହଁରେ ମାସ୍କ ପିନ୍ଧି ସକାଳୁ ସକାଳୁ ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ । ବାୟୁସେନର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଲକ୍ଷେ୍ମø ଆସିଥିଲେ ମୋଦି ।

ପରେ ଏକ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଁଚିଥିଲେ । ହେଲିପ୍ୟାଡରୁ ସ୍ୱତନ୍ତ୍ର ଗାଡି ଯୋଗେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍୍ରଙ୍କ ଜନ୍ମ ଭୂମିରେ ପହଂଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ପ୍ରଥମେ ହନୁମାନଗଡିରେ ଆଳତୀ କରିବା ପରେ ରାମଲାଲାଙ୍କ ଦର୍ଶନ କରିଥିଲେ । ଶ୍ରୀରାମଙ୍କ ଦର୍ଶନ କରିବା ପରେ ରାମ ଜନ୍ମଭୂମିରେ ପାରିଜାତ ଗଛ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଷ ବର୍ଷ ଧରି ଟେଂଟ ତଳେ ରହିଥିବା ରାମଲାଲାଙ୍କ ପାଇଁ ଖୁବ୍ ଶୀଘ୍ର ତିଆରି ହେବ ରାମ ମନ୍ଦିର । ଆଉ ଏହି ରାମ ମନ୍ଦିର ଆଧୁନିକ ଭାରତର ପ୍ରତୀକ ହେବ । ସାରା ବିଶ୍ୱରେ ଭାରତ ରାଷ୍ଟ୍ରିୟ ଭାବନାର ପ୍ରତୀକ ହୋଇ ଠିଆ ହେବ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଏହି ରାମ ମନ୍ଦିର ।