କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମକୋର୍ଟଙ୍କ ସାଂବିଧାନିକ ବେଂଚ , ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହାପରେ ଅଗଷ୍ଟ ୨ ତାରିଖ ଦିନ ୨ଟାରେ ମାମଲାର ପରବର୍ତ୍ତି ଶୁଣାଣି କରିବେ ।

Advertisment

publive-image

ଏହି ଶୁଣାଣିରେ କୋର୍ଟ ସ୍ପଷ୍ଟ କରିପାରନ୍ତି ଯେ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କମିଟି ମାଧ୍ୟମରେ ସମାଧାନ ବାହାର କରିବେ ନା କୋର୍ଟ ନିୟମିତ ଭାବେ ଶୁଣାଣି କରିବେ । ଆଜି ସକାଳେ ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟକୁ ସଂବିଧାନ ବେଂଚର ୫ ଜଣ ଜଜ୍ ପଢିବା ପରେ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଅବଧି ବଢାଇଛନ୍ତି ।