କନକ ବ୍ୟୁରୋ: ଅତି ସୁନ୍ଦର ଦିଶୁଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ମନମୁଗ୍ଧକର ହୋଇଛି ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି । ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରତିମୂର୍ତ୍ତିର ନୂଆ ଫଟୋ । ପ୍ରତିମୂର୍ତ୍ତିିର୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ହେଲେ ପରମ୍ପରା ଅନୁସାରେ ଭଗବାନ ଶ୍ରୀରାମଙ୍କ ଆଖିରେ ପଟି ବନ୍ଧା ଯାଇଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହି ଦିନ ପ୍ରଭୁ ରାମଙ୍କ ଆଖିରୁ ପଟି ବାହାର କରାଯିବ ।

Advertisment

ଗତକାଲି ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲଲା । ଗର୍ଭଗୃହରୁ ୫୧ ଇଞ୍ଚର ଶ୍ୟାମଳ ମୂର୍ତ୍ତିର୍ିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ୪ ଘଣ୍ଟା କାଳ ପୂଜାପାଠ ପରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି । ଆସନ୍ତାକାଲି ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ରାମଲାଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲଲାଙ୍କ ଅଚଳମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପ ପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା ।