ଦ୍ୱନ୍ଦ୍ୱରେ ସୁନ୍ନି ୱକଫ୍ ବୋର୍ଡ, ନଭେମ୍ବର ୨୬ରେ ଚୂଡାନ୍ତ ନିଷ୍ପତ୍ତି 

୨୬ନଭେମ୍ବର ହେବାକୁ ଥିବା ପ୍ରସ୍ଥାବିତ ବୈଠକରେ ଏହାର ନିଷ୍ପତ୍ତି କରାଯିବ

1,488
କନକ ବ୍ୟୁରୋ :  ମସଜିଦ୍ ନିର୍ମାଣ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ଏକର ଜମି ଗ୍ରହଣ କରାଯିବ କି ନାହିଁ  ସେ ନେଇ ଦ୍ୱନ୍ଦ୍ୱରେ ସୁନ୍ନି ୱକଫ୍ ବୋର୍ଡ । ୨୬ନଭେମ୍ବର ହେବାକୁ ଥିବା ପ୍ରସ୍ଥାବିତ ବୈଠକରେ ଏହାର ନିଷ୍ପତ୍ତି କରାଯିବ ବୋଲି ସୁନ୍ନି ସେଣ୍ଟ୍ରାଲ ୱକଫ୍ ବୋର୍ଡ ଆଜି ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, ଅଯୋଧ୍ୟା ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, ମସଜିଦ୍ ନିର୍ମାଣ ପାଇଁ ସୁନ୍ନି ୱକଫ୍ ବୋର୍ଡକୁ ୫ଏକର ଜାଗା ଯୋଗାଇ ଦେବାକୁ କୋର୍ଟ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୫ଏକର ଜମିକୁ ସୁନ୍ନି ବୋର୍ଡ ଗ୍ରହଣ କରିବ କି ନାହିଁ,  ସେ ସମ୍ପର୍କରେ ନଭେମ୍ବର ୨୬ରେ ନିଷ୍ପତ୍ତି ନେବ ବୋଲି ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱକଫ୍ ବୋର୍ଡ ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି । ତେବେ ଏନେଇ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ବୋଲି ସେ କହିଛନ୍ତି ।
ଅପର ପକ୍ଷରେ ବୋର୍ଡର ଏହି ବୈଠକ ନଭେମ୍ବର ୧୩ରେ ବସିବ ବୋଲି ସ୍ଥିର ହୋଇଥିଲା । ମାତ୍ର ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ମସଜିଦ୍ ନିର୍ମାଣ ପାଇଁ ଉକ୍ତ ୫ଏକର ଜମି ଗ୍ରହଣ ନ କରିବାକୁ କିଛି ଲୋକ ମତ ଦେଉଛନ୍ତି । କିନ୍ତୁ ଏହାକୁ ବ୍ୟକ୍ତିଗତ ରୂପରେ ସ୍ୱାଗତ କରିବାହିଁ  ନକରାତ୍ମକକୁ ସକରାତ୍ମକରେ ଶେଷ କରାଯାଇପାରିବ ।  ମାତ୍ର ଏକ ଜାତୀୟ ସ୍ୱାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଫାରୁକି କହିଛନ୍ତି । ତେବେ ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ସୁନ୍ନି ବୋର୍ଡ ସମ୍ମାନ ଜଣାଉଛି । ରିଭ୍ୟୁ ପିଟିସନ ଦାଖଲ କରିବାକୁ ବୋର୍ଡ ପକ୍ଷରୁ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି ।