ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ‘ସୁପ୍ରିମ’ ଶୁଣାଣି: ମଧ୍ୟସ୍ଥତା ନେଇ ନିଷ୍ପତି ଶୁଣାଣପାରନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ଗତ ଶୁଣାଣିବେଳେ ଦୁଇ ପକ୍ଷ ଆଲୋଚନା ପାଇଁ କହିଥିଲେ କୋର୍ଟ

92

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମକୋର୍ଟର ଆଜି ବଡ ଶୁଣାଣି ହେବ । ଏହି ମାମଲାରେ ମଧ୍ୟସ୍ଥତା ହେବ କି ନାହିଁ ସେ ନେଇ ଆଜି କୋର୍ଟ ନିଷ୍ପତି ଶୁଣାଇପାରନ୍ତି । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଦୁଇ ପକ୍ଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରନ୍ତୁ । ଏ ନେଇ ଉଭୟପକ୍ଷ କୋର୍ଟରେ ମତ ରଖିସାରିଲା ପରେ ଶୁଣାଣି ହେବ ।

କୋର୍ଟ କହିଥିଲେ , ଆଲୋଚନା ମାଧ୍ୟମରେ ଯଦି ଏକ ପ୍ରତିଶତ ବି ସମ୍ଭାବନା ଅଛି, ତାହାହେଲେ ଏ ନେଇ ଆଲୋଚନା ହେବା ଦରକାର । ଏ ନେଇ ଦୁଇପକ୍ଷ ଭିନ୍ନ ଭିନ୍ନ ମତ ଦେଇଥିଲେ । ହିନ୍ଦୁ ପକ୍ଷଧରଙ୍କ ଓକିଲ କହିଥିଲେ, ଏହି ମାମଲାରେ ମଧ୍ୟସ୍ଥତା ସମ୍ଭବ ନୁହେଁ ।

ଆଜି ଶୁଣାଣିବେଳେ ଉଭୟପକ୍ଷ କୋର୍ଟରେ ନିଜ ପକ୍ଷ ରଖିବେ ଓ କହିବେ, ସେମାନେ ମଧ୍ୟସ୍ଥତା ପାଇଁ ରାଜି ନା ନାହିଁ । ଏହାପରେ କୋର୍ଟ ନିଜ ରାୟ ଶୁଣାଇବା ସମ୍ଭାବନା ରହିଛି । ଦୀର୍ଘଦିନ ଧରି ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ଲାଗି ବିଭିନ୍ନ ସଙ୍ଗଠନ ଓ ଦଳ ସରକାରଙ୍କ ଉପରେ ଚାପ ପକାଉଛନ୍ତି ।