ମହାମାରୀ ବେଳେ ବି ଚକିତ କରିଛି ରାମ ମନ୍ଦିର ଟ୍ରଷ୍ଟ ବୋର୍ଡକୂୁ ମିଳୁଥିବା ଦାନ । ଅତ୍ୟାଧିକ ଦାନ ପରେ ବିବ୍ରତ ଟ୍ରଷ୍ଟ ବୋର୍ଡ । କହିଲେ ଭକ୍ତ ମାନେ କରନ୍ତୁ ନାହିଁ ରୁପା ଦାନ ।

ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ କ୍ଷୀପ୍ର ଗତିରେ ଆଗେଇ ଚାଲିଛି

1,800

କନକ ବ୍ୟୁରୋ : ଅଯୋଦ୍ଧାରେ ନିର୍ମାଣ ହେଉଛି ମର୍ଯଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଅର୍ଥ ଯେମିତି ବାଧକ ନସାଜେ ସେଥିପାଇଁ ରାମଭକ୍ତ ମାନେ ଆକୁଣ୍ଠ ଚିତ୍ତରେ ଦାନ କରିବାରେ ଲାଗିଛନ୍ତି । ଦାନର ପରିମାଣ ଏତେ ବଢିଯାଇଛି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ଟ୍ରଷ୍ଟ ଗଠନ କରାଯାଇଛି ସେହି ଟ୍ରଷ୍ଟ ଭକ୍ତ ମାନଙ୍କୁ ଅନୁରୋଧ କରିଛନ୍ତି କି ଆଉ ରୁପା ଦାନ କରନାହିଁ । ଟ୍ରଷ୍ଟ ପକ୍ଷରୁ କୁହାଯାଇଛି କି ଦାନସୂତ୍ରରେ ପ୍ରାୟ ୧ ଅରବ ଟଙ୍କା ମିଳିଛି । ଏହା ସହ ୨ କୁଇଣ୍ଟାଲରୁ ଅଧିକ ରୂପା ଦାନ ସ୍ୱରୂପ ମିଳି ସାରିଛି ।

ଅନ୍ୟପଟେ ବିଦେଶରେ ରହୁଥିବା ରାମଭକ୍ତ ମାନେ କିଭଳି ଟ୍ରଷ୍ଟକୁ ଦାନ କରିବେ ସେନେଇ ବୋର୍ଡ ପକ୍ଷରୁ ବିଧିବଧ ଯୋଜନା କରାଯାଇଛି ।
ଆପଣ ମାନଙ୍କୁ କହିରଖୁ କି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ କ୍ଷୀପ୍ର ଗତିରେ ଆଗେଇ ଚାଲିଛି । ଅତ୍ୟାଧୁନିକ ମେସିନ ସାହାର୍ଯ୍ୟରେ ମନ୍ଦିରର ନିର୍ମାଣ କାମ ଆଗେଇ ଚାଲିଛି । ରାମ ମନ୍ଦିର ନିର୍ମାଣ ପାଇଁ ସୂୁପ୍ରିମ କୋର୍ଟ ରାୟ ଦେବା ପରେ ଏକ ଟ୍ରଷ୍ଟ ଗଠନ କରାଯାଇଛି । ସାରା ଦେଶରୁ ରାମଭକ୍ତ ମାନେ ଏହି ଟ୍ରଷ୍ଟକୁ ଦାନ କରିବାରେ ଲାଗିଛନ୍ତି । ୧ ଅରବ ଟଙ୍କା, ୨ କୁଇଣ୍ଟାଲରୁ ଅଧିକ ରୂପା ମିଳି ସାରିବା ପରେ ଏବେ ଟ୍ରଷ୍ଟ ଭକ୍ତ ମାନଙ୍କୁ ରୂପା ଦାନ କରିବାରୁ ବିରତ ରୁହନ୍ତୁ ବୋଲି ଅନୁରୋଧ କରିଛି । ଏହା ବଦଳରେ ନଗଦ ଟଙ୍କା ଦାନ କରିବାକୁ କହିଛି।

ଅନ୍ୟପଟେ ଆଗକୁ ନବରାତ୍ରୀ ଥିବାରୁ ଏହି ଦାନର ପରିମାଣ ବଢିବା ନେଇ ଆଶଂକା କରାଯାଇଛି । ଶ୍ରୀରାମ ଜନ୍ମଭୂମୀ କ୍ଷେତ୍ର ଟ୍ରଷ୍ଟ କ୍ୟାମ୍ପର ପ୍ରଭାରୀ ପ୍ରକାଶ କୁମାର ଗୁପ୍ତା କହିଛନ୍ତି କି ଏହି ମନ୍ଦିର ନିର୍ମାଣରେ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି ।ଲୋକମାନେ ଯେଭଳି ଦାନ କରିବେ ସେହିଭଳି ଭବ୍ୟମନ୍ଦିର ନିର୍ମାଣ ହୋଇ ପାରିବ ।