ଅଯୋଧ୍ୟା ରାମ ମନ୍ଦିର ପରିସରରେ ନିର୍ମାଣ ହେବ ଆଉ ୬ଟି ମନ୍ଦିର । ଫାଇନାଲ ଡିଜାଇନ୍ ପ୍ରସ୍ତୁତ …

157

କନକ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିର ନିର୍ମାଣକୁ ନେଇ ଆସିଛି ବଡ ଖବର । ମୁଖ୍ୟ ମନ୍ଦିରର ଚତୁଃପାଶ୍ୱର୍ରେ ନିର୍ମାଣ ହେବ ଆଉ ୬ଟି ମନ୍ଦିର । ମନ୍ଦିରର ପରିକ୍ରମା ପଥରେ ଏହି ୬ଟି ମନ୍ଦିର ନିର୍ମାଣ ହେବ ବୋଲି ଏବେ ସୂଚନା ମିଳିଛି । ଯାହାର ଫାଇନାଲ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣକୁ କିଛି ଦିନ ତଳରେ ଏକ ରିଭ୍ୟୁ ମିଟିଂ ବସିଥିଲା । ଏହି ମିଟିଂରେ ମନ୍ଦିରର ନିର୍ମାଣକୁ କିଛି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଥିଲା । ତେବେ ଏହି ମିଟିଂରେ ଏହି ୬ଟି ମନ୍ଦିରର ନିର୍ମାଣକୁ ନେଇ ଖବର ସାମ୍ନାକୁ ଆସିଛି ।

ଗତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଛି । ରାମ ମନ୍ଦିରର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ପଥର ସଂଗ୍ରହ କରାଯାଉଛି । କୁହାଯାଉଛି ଖୁବଶୀଘ୍ର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଏହି ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଯିବ । କିଛି ମାସ ତଳେ ମନ୍ଦିରର ଡିଜାଇନ୍ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଯୋଧ୍ୟାର ରାମ ମନ୍ଦିରର ଭବ୍ୟତା ନଜର ଆସିଥିଲା । ଏହି ଡିଜାଇନକୁ ସାରା ଦେଶର ଲୋକେ ପସନ୍ଦ କରିଥିଲେ । ଆଉ ଏବେ ଅଯୋଧ୍ୟାରେ ସେହି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।