କନକ ବ୍ୟୁରୋ: ବିହାର ଗୟାରେ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ତୋପର ଗୋଳା ପଡିବା ଯୋଗୁ ସେଠାରେ ବିସ୍ଫୋରଣରେ ଘର ଉଡିଯାଇଛି । ଏଥିରେ ଦୁଇ ସ୍ୱାମୀ ସ୍ତ୍ରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଆଉ ୩ ଜଣ ବର୍ତ୍ତମାନ ଗୁରୁତର ଅଛନ୍ତି । ସମସ୍ତଙ୍କୁ ମଗଧ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ସେନାର ଗୁଳିଚାଳନା ପ୍ରଶିକ୍ଷଣ ବେଳେ ଏହି ଘଟଣା ଘଟିଛି ।
ବାରାଚଟ୍ଟୀର ବୁମେର ପଞ୍ଚାୟତରେ ଗୁଲେରବେଦ ଗାଁରେ ସେନାର ପ୍ରଶିକ୍ଷଣ ଚାଲିଥିଲା । ପ୍ରତ୍ୟେକ ଦିନ ଭଳି ସକାଳୁ ସକାଳୁ ସେନାର ପ୍ରଶିକ୍ଷଣ ଚାଲିଥିଲା । ତେବେ ତୋପର ଗୋଳା ଫାୟାରିଂ ରେଞ୍ଜର ବାହାରକୁ ଆସି ଗାଁରେ ପଡିଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ଘର ଉପରେ ପଡିବା ଫଳରେ ସେହି ଘରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ସମେତ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଆଉ ଜଣେ ଆହତଙ୍କର ମେଡିକାଲରେ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Collage-Maker-09-Mar-2023-03-44-PM-8922.jpg)