ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଅର୍ଥ ହରିଲୁଟ୍ । ସୂଚନା ଅଧିକାର ଆଇନ ବଳରେ ଆସିଲା ସାଂଘାତିକ ତଥ୍ୟ ।

Advertisment
ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଅର୍ଥ ହରିଲୁଟ୍ । ସୂଚନା ଅଧିକାର ଆଇନ ବଳରେ ଆସିଲା ସାଂଘାତିକ ତଥ୍ୟ ।

କନକ ବ୍ୟୁରୋ: ରାଜ୍ୟରେ ଆବାସ ଯୋଜନାର ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆବାସ ବଣ୍ଟନରେ ହଜାର ହଜାର କୋଟିର ଦୁର୍ନୀତି ହୋଇଥିବା ବିଜେପି କହୁଛି । ଏହାରି ଭିତରେ ଆବାସ ଦୁର୍ନୀତି ସଂପର୍କୀତ ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଞ୍ଚଳରୁ । ଯେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡପ ହୋଇଛି ଆଉ ସୂଚନା ଅଧିକାର ଆଇନ୍ ବଳରେ ଏହି ସାଙ୍ଘାତିକ ଦୁର୍ନୀତି କଥା ଜଣାପଡିଛି ।

ଆବାସରେ ଅଭିନବ ଦୁର୍ନୀତି ! ମୃତ ବ୍ୟକ୍ତିଙ୍କ ଆବାସ ଅର୍ଥ ହରିଲୁଟ୍ । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଘଷିପୁରା ବ୍ଲକ ଗୋହିରା ପଞ୍ଚାୟତରେ ଆବାସ ଯୋଜନାରେ ବଡ ଚଞ୍ଚକତା ଦେଖିବାକୁ ମିଳିଛି । ଜୀବିତ ନୁହେଁ ମୃତ ବ୍ୟକ୍ତିଙ୍କ ଆବାସ ଟଙ୍କାକୁ ବି ହଡପ କରି ନିଆଯାଇଛି । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡିଛି ଯେ, କିଇନ୍ଦୁପୁରା ଗାଁର ଦ୍ରୌପଦୀ ନାୟକଙ୍କୁ ୨୦୧୮ ମସିହାରେ ଦୁଇଟି କିସ୍ତିରେ ୫୫ ହଜାର ଟଙ୍କା ଦିଆଯାଇଛି । ହେଲେ ୪ ବର୍ଷ ତଳୁ ଅର୍ଥାତ୍ ୨୦୧୭ ମସିହାରୁ ଦ୍ରୌପଦୀଙ୍କ ମୃତ୍ୟୁ ହୋଇ ସାରିଛି । ଯଦିଓ ସେତେବେଳେକୁ ଦ୍ରୌପଦୀଙ୍କ ମୃତ୍ୟୁ ହୋଇ ସାରିଥିଲା ।

ତେବେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ଥିବା ଦ୍ରୌପଦୀଙ୍କ ମୃତ୍ୟୁ ବିବରଣୀରେ ସ୍ପଷ୍ଟ ଭାବେ ଲେଖା ହୋଇଛି ଯେ, ୨୦୧୭ ମସିହା ଜୁନ୍ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ୨୦୧୭ରୁ ଦ୍ରୌପଦୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦୧୮ ଏପ୍ରିଲ ୧୨ ତାରିଖରେ ତାଙ୍କୁ ଆବାସ ଯୋଜନା ଦ୍ୱିତୀୟ କିସ୍ତିରେ ୩୫ ହଜାର ଟଙ୍କା ଦିଆଗଲା କେମିତି? ଆଉ ମୃତ ଦ୍ରୌପଦୀଙ୍କ ଟଙ୍କା ନେଲା କିଏ? ବିଡିଓଙ୍କ ପାଖରେ ଗ୍ରାମବାସୀ କରିଥିବା ଅଭିଯୋଗ ଅନୁସାରେ ଚଞ୍ଚକତା କରି ଅନ୍ୟଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe