କନକ ବ୍ୟୁରୋ: ଗୃହହୀନ, ଗରିବ ଖଟିଖିଆଙ୍କୁ ପକ୍କା ଘର ଯୋଗାଇବାକୁ ସରକାରଙ୍କ ଆବାସ ଯୋଜନା ରହିିଛି । ହେଲେ ଜୁନାଗଡ ବ୍ଲକରେ ପକ୍କା ଘର ଖଣ୍ଡେ ପାଇବା ଗରିବଙ୍କ ଲାଗି ସାତ ସପନ ପାଲଟି ଯାଇଛି । ଜଣେ ଭୂମିହୀନ ଗରିବ ଖଟିଖିଆଙ୍କୁ ପ୍ରଶାସନିକ ଅଧିକାରୀ ପକ୍କା ଘର ପାଇଁ ୧୯ ବର୍ଷ ହେଲା ପ୍ରତିଶ୍ରୁତି ଦେଇ ଆସୁଛନ୍ତି ।
ବର୍ଷାରେ ଭାଙ୍ଗିଯାଇଛି ଝାଟିମାଟିର ଘର । ଆଉ ଘର ଭାଙ୍ଗିବା ପରେ ପକ୍କା ଘର ପାଇବା ପାଇଁ ସରକାରୀ କଳ ଉପରେ ରହିଛି ଏକମାତ୍ର ଭରସା । ଘର ଭାଙ୍ଗିଯିବା ପରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଲଗୁଡା ଗାଁର କେଦାର ଛତ୍ରିଆଙ୍କୁ ବୁଦ୍ଧି ଦିଶୁନି । କେଦାର ଛତ୍ରିଆଙ୍କ ଜମିବାଡି ବୋଲି କିଛି ନାହିଁ, ମୂଲ ଲାଗିଲେ ପରିବାର ଚଳେ । ଏଇ ବର୍ଷା ଦିନରେ କଣ କରିବେ? କେଉଁଠି ରହିବେ ପରିବାର? ନିଜ ଝାଟିମାଟିର ଘରକୁ ପୁଣି ଠିଆ କରିପାରିବେ ତ? ଏସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ବି ନାହିଁ ।
ପ୍ରବଳ ବର୍ଷାରେ ରାତିରେ ଘର ଭାଙ୍ଗିଯିବା ପରେ ଭଙ୍ଗା ଘର ତଳେ ଚାପି ହୋଇଯାଇଥିଲେ କେଦାର ଛତ୍ରିଆଙ୍କ ପରିବାର । ଗ୍ରାମବାସୀ ଆସି ଭଙ୍ଗାଘରୁ ତଳୁ ସେମାନଙ୍କୁ ଉଦ୍ଧାର କରିବାରୁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସରକାରୀ ସହାୟତାରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କେଦାରଙ୍କୁ ଘର ଖଣ୍ଡେ ମିଳି ପାରୁନାହିଁ । ସରକାରୀ ସହାୟତାରେ ପକ୍କାଘର ଖଣ୍ଡେ ପାଇବାକୁ କେଦାର ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡିଛନ୍ତି । ଅନେକ ଥର ପ୍ରତିଶ୍ରୁତି ମିଳିଛି, ପକ୍କା ଘର ପାଇବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ୧୯ ବର୍ଷ ହେଲାଣି କେଦାର ଛତ୍ରିଆଙ୍କ ପକ୍କାଘର ଖଣ୍ଡେ ମିଳି ପାରୁନାହିିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-14-17h05m57s376.png)