ବିଂଝାରପୁରରେ ପୁଣି ତେଜିଲା ଆବସ ବିବାଦ । ପୂର୍ବରୁ ସରକାରୀ ଯୋଜନାରେ ଘର ପାଇଁ ଟଙ୍କା ପାଇଥିବା ଲୋକଙ୍କୁ ଦିଆଯାଇଛି ଆବାସ ଘର
କନକ ବ୍ୟୁରୋ : ଆବାସ ଯୋଜନା ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବିବାଦ ପିଛା ଛାଡୁନାହିଁ, କି ଦୁର୍ନୀତି କମିବାର ନାଁ ଧରୁନାହିଁ । ଯାଜପୁର ବିଂଝାରପୁର ବ୍ଲକ ଗୁହାଳି ପଂଚାୟତରୁ ଆସିଛି ଅବାସ ସଂପର୍କୀତ ଅଭିଯୋଗ । ପୂର୍ବରୁ ଘର ବାବଦରେ ୭୫ ହଜାର ଟଙ୍କା ପାଇଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ପୁଣି ଘର ମିଳିଛି! କିନ୍ତୁ ଚାଳଛପର ଘରେ ରହୁଥିବା ଲୋକଙ୍କ ଭାଗ୍ୟରେ ପକ୍କା ଘର ଜୁଟୁ ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ସରକାରୀ ଅଧିକାରୀ ଚଂଚକତା କରି ଆବାସ ହେରଫେର କରୁଥିବା ବିଂଝାରପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିନ୍ତି ଗୁହାଳି ପଂଚାୟତର ଲୋକେ ।
ଅସହାୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ରଖିବା ପାଇଁ ସରକାର ଯୋଜନା କରିଛନ୍ତି । ହେଲେ ଅଧିକାରୀଙ୍କ ଦୁର୍ନୀତିଖୋଜ ମନୋଭାବ ଯୋଗୁଁ ଯୋଜନା ଠାରୁ ଯୋଜନ ଯୋଜନ ଦୂରରେ ରହୁଛନ୍ତି ଯୋଗ୍ୟ ହିତାଧିକାରୀ ।