କନକ ବ୍ୟୁରୋ: ଅଭାବ ଅନଟନ ଭିତରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଓଳିଏ ଭଲରେ ଖାଇବାକୁ ମିଳୁନଥିବା ବେଳେ ଜରିପାଲ ଟଣା ଘରେ ରହୁଛନ୍ତି ଲୋକେ । ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକଙ୍କ ପାଇଁ ଘର ଯେମିତି ସ୍ୱପ୍ନ ପାଲଟିଛି । ସରକାରଙ୍କ ଆବାସ ଯୋଜନା ବି ବହୁଦୂରରେ । ଧନୀ ଯୋଜନା ହାତେଇ ନେଉଥିବା ବେଳେ ଗରିବ ପାଇଁ କିଛି ନାହିଁ । ଏମିତି ଏକ ପରିବାର ପଡିରହିଛି ଜରି ପାଲ ତଳେ । ପାରାଦୀପର ଗଡ ବଜାର ରାସ୍ତା କଡରେ ପାଲ ତଳେ ପଡି ରହିଛନ୍ତି ତିନି ପ୍ରାଣୀ । ରୁଗଣ ବୃଦ୍ଧା ମାଆ ସହ ତାଙ୍କ ଝିଅ ଓ ନାତୁଣୀ । ଶୀତ କାକରରୁ ନେଇ ମଶା ଡାଆଁସରେ ବିତୁଛି ଜୀବନ । ସ୍ୱାମୀ ଚାଲିଯିବା ପରେ ରୁଗଣ ଅବସ୍ଥାରେ ପଡିରହିଛନ୍ତି । ଆଶ୍ରା ପାଲଟିଛନ୍ତି ଏହି ଦୁଇ ପ୍ରାଣୀ । ଘର ଖଣ୍ଡିଏ ପାଇଁ ବହୁବାର ଅଭିଯୋଗ କରି ନିରାଶ ହୋଇପଡ଼ିଛନ୍ତି । ଦୀର୍ଘ ୪୦ ବର୍ଷ ହେଲା ବାସହୀନ ହୋଇ ବଡ ଦୟନୀୟ ସ୍ଥିତିରେ ରହିଛନ୍ତି ।
ସେହିଭଳି ପୋଲସରା ମର୍ଦ୍ଦରାଜପୁରରେ ଆବାସ ଯୋଜନା ନେଇ ହିତାଧୀକାରୀଙ୍କ ପ୍ରତିକ୍ରିୟା । ତାଲିକା ପ୍ରକାଶ ପାଇଥିବା ବେଳେ ୨୦ଜଣ ପ୍ରକୃତ ହିତାଧିକାରଙ୍କ ନାଁ ବାଦ୍ ପଡିଛି । ଯାହାକୁ ନେଇ ନିରାଶ ହାଇପଡ଼ିଛନ୍ତି ଏହି ହିତାଧିକାରୀମାନେ । ଘରଦ୍ୱାର ନଥିବା ବେଳେ ବର୍ଷ ବର୍ଷ ହେଲା ବାସହରା ହୋଇ ରହିଛନ୍ତି ଏହି ହିତାଧିକାରୀ । ଖୁବଶୀଘ୍ର ତାଲିକା ସଂଶୋଧନ କରିବାକୁ ଦାବି କରିଛନ୍ତି । ଅନ୍ୟ ସ୍ଥାନ ଭଳି ବାଙ୍କୀ ରତାଗଡରେ ହିତାଧିକାରୀଙ୍କ ଲାଗିଛି ଲମ୍ବା ତାଲିକା । ହେଲେ ଘର ପାଇଁ ଧନୀ ଲୋକଙ୍କ ନାଁ ଥିବା ବେଳେ ଗରିବଙ୍କ ପାଇଁ ନାହିଁ । କିଛି ଗରିବ ବୃଦ୍ଧାଙ୍କ ନାଁ ଆବାସ ତାଲିକାରୁ କାଟିଦିଆଯାଇଛି । ବହୁବାର ତାଲିକାକୁ ଅପେକ୍ଷା କରନ୍ତି ହେଲେ ଜରି ପାଲ ତଳେ ରହୁଥିବା ବୃଦ୍ଧା ତାଲିକାରୁ ବାଦ୍ ପଡି ନିରାଶ ହୋଇଛନ୍ତି ।
Follow Us