ଆଉ ଫାଇନ୍ ନୁହେଁ, ସଚେତନ କରିବାକୁ ଅଧିକ ଜୋର ଦେଲା ପୋଲିସ । ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରୁଥିବା ଲୋକଙ୍କୁ ଚକୋଲେଟ୍ ଓ ଥ୍ୟାଙ୍କ ୟୁ କାର୍ଡ ଦେଇ ଆଜି କରାଯାଉଛି ସଚେତନ ।

1,720

କନକ ବ୍ୟୁରୋ : ରାଜଧାନୀର ରାଜମହଲ ରଣକ୍ଷେତ୍ର ପାଲଟିବା ପରେ ଆଜି ଭୁବନେଶ୍ୱରେ କୋହଳ ହୋଇଛି ନୂଆ ଟ୍ରାଫିକ୍ ନିୟମ । ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଯାଂଚ କଡାକଡି ହୋଇଛି ସତ, ହେଲେ ଏଥିରେ ମନୋଭାବ ବଦଳାଇଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଯାଂଚ ବେଳେ ଫାଇନକୁ ଗୁରୁତ୍ୱ ନଦେଇ ଲୋକଙ୍କୁ ସଚେତନ କରିବାକୁ ଅଧିକ ଜୋର ଦେଇଛି । ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରୁଥିବା ଲୋକଙ୍କୁ ଚକୋଲେଟ୍ ଓ ଥ୍ୟାଙ୍କୟୁ କାର୍ଡ ଦେଇ ଆଜି ସଚେତନ କରାଯାଉଛି ।

ଭୁବନେଶ୍ୱରର ଏଜି ଛକ ଅଂଚଳରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ଅଂଚଳ ଭାବରେ ଏଜି ଛକକୁ ଗଣା ଯାଇଥାଏ । ଆଜି ନିଜେ ଟ୍ରାଫିକ୍ ଡିସିପି ସାଗରିକ ନାଥ ଏଠାରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି । ମୋଟ୍ ଉପରେ ୫ଟି ଦିଗ ଉପରେ ଅଧିକ ଫୋକସ୍ କରାଯାଇଛି । ମଦ ପିଇ ଗାଡି ଚାଳନା, ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିବା, ଟ୍ରିପିଲ୍ ରାଇଡିଂ, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଏବଂ ରଙ୍ଗ ରୋଡ ଡ୍ରାଇଭିଂକୁ ଟ୍ରାଫିକ୍ ଚେକିଂ ବେଳେ କଡାକଡି କରାଯାଇଛି ।