ବିଶ୍ୱବିଦ୍ୟାଳୟର ଅଜବ କାରନାମା ! ଛାତ୍ରଙ୍କ ବାହାରିଲା ଦୁଇ ଦୁଇଟି ରେଜଲ୍ଟ । 

31
ନିକଟରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ବିଏଡ୍ ର ଜଣେ ଛାତ୍ରଙ୍କ ପ୍ରବେଶ ପତ୍ରରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଫଟୋ ପ୍ରିଣ୍ଟ୍ କରିଥିବା ଘଟଣା ପ୍ରଘଟ ହେବା ପରେ ଦେଖଣାହାରୀ ଏହାକୁ ଖୁବ୍ ନିନ୍ଦା କରିଥିଲେ । ତେବେ ଏଭଳି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି କିନ୍ତୁ ଟିକେ ଅଲଗା । ବର୍ତ୍ତମାନ ଜଣେ ପରୀକ୍ଷାର୍ଥୀଙ୍କ ଦୁଇ ଦୁଇଟି ରେଜଲ୍ଟ ବାହାରି ଯାଇଛି । ତେବେ ଗୋଟିଐ ରେଜଲ୍ଟରେ ଉକ୍ତ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଇଥିବା ବେଳେ ଅନ୍ୟ ଏକ ରେଜଲ୍ଟରେ ଅନୁପସ୍ଥିତ କରାଯାଇଛି । ଯେଉଁଥିପାଇଁ ଜନୈକା ଛାତ୍ରଜଣକ ଖୁବ୍ ଚିନ୍ତାରେ ଅଛନ୍ତି । ଗୌରୀ ଶଙ୍କର ତିୱାରୀ ନାମକ ଏହି ଛାତ୍ରଜଣକ ପି.ଜି କଲେଜରେ ଏଲଏଲବିର ଷଷ୍ଠ ସେମିଷ୍ଟାରର ଛାତ୍ର ଅଟନ୍ତି । ଯାହାଙ୍କ ପରୀକ୍ଷା ଅଗଷ୍ଟ ମାସରେ ଶେଷ ହୋଇଯାଇଥିଲା । କିନ୍ତୁ ରେଜଲ୍ଟ ବାହାରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଗୌରୀ ଶଙ୍କର ଜମାରୁ ବିଶ୍ୱାସ କରି ପାରୁନାହାନ୍ତି ।