ବ୍ୟାପୁଛି ନିପାହ ଭାଇରସ : ଭୁଲରେ ବି ଖାଆନ୍ତୁନି ଏହି ୩ଟି ଫଳ

Advertisment
କେରଳ ପରେ ନିପା ଭାଇରସକୁ ନେଇ ସତର୍କ କଲେ ଓଡିଶା ସରକାର ! ୩ ଜଣିଆ ଟିମ୍ ପ୍ରସ୍ତୁତ କରି ନଜର ରଖିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

SOURCE : zeenews.india.com

କେରଳରେ ନିପା ଭୂତାଣୁର ଭୟ ସମଗ୍ର ଭାରତରେ ଖେଳି ଯାଇଛି। ଦିଲ୍ଲୀ-ଏନସିଆର ଲୋକମାନଙ୍କୁ ସତର୍କ ସୂଚନା ଜାରି କରି ଦିଆଯାଇଛି। କେରଳରେ ହୋଇଥିବା ରହସ୍ୟଜନକ ମୃତ୍ୟୁର କାରଣ ନିପା ଭୂତାଣୁ ବୋଲି କୁହାଯାଉଛି। ତେବେ ଏହି ଭୟାବହତାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗତୁରା ପଦକ୍ଷେପ ନେଇଛନ୍ତି। ନିପା ଭୂତାଣୁ ଉପରେ ଦୃଷ୍ଟି ରଖିବା ସହ ସଜାଗ ରହିବାକୁ ରାଜ୍ୟର ୩୦ଟି ଜିଲ୍ଲା ମେଡିକାଲ୍ ଓ ୫ଟି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

publive-image

ବାଦୁଡ଼ି ଓ ଘୁଷୁରିଙ୍କଠାରୁ ଏହି ରୋଗ ବ୍ୟାପୁଥିବା ନଜରକୁ ଆସିଛି। ମୁଖ୍ୟତଃ ବାଦୁଡ଼ି ଖାଇଥିବା ଫଳ ଦ୍ୱାରା ଏହା ବ୍ୟାପୁଛି। ଏଣୁ ଲୋକେ ଫଳ ଖାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହି ସମୟରେ କେରଳରୁ ଆସୁଥିବା ଫଳ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ। ଯଦି ଦରକାର ପଡ଼ୁଛି ତେବେ ଭଲ ଭାବେ ପରିଷ୍କାର କରି ଧୋଇ ସାରିବା ପରେ ଖାଆନ୍ତୁ। କୌଣସି ଖଣ୍ଡିଆ ଫଳ ଖାଇବା ଅନୁଚିତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ।

publive-image

ସେହିପରି ଖଜୁରୀ ଓ ଆମ୍ବ ଖାଇବା ଏହି ସମୟରେ ବିପଦପୂର୍ଣ୍ଣ ରହିଛି। ରମଜାନ୍ ମାସରେ ଖଜୁରୀ ଲୋକମାନେ ଅଧିକ ଖାଇ ଥାଆନ୍ତି। ଦିଲ୍ଲୀରେ ଅଧିକମାତ୍ରାରେ କଦଳୀ ଓ ଖଜୁରୀ କେରଳରୁ ଆମଦାନୀ ହୋଇଥାଏ। ନିପା ଭୂତାଣୁ ପ୍ରଭାବିତ କେରଳର କାଲିକଟ ଓ ମଲ୍ଲାପୁରମ ଜିଲ୍ଲାରେ କଦଳୀ ଓ ଖଜୁରୀ ଅଧିକମାତ୍ରାରେ ଉପଲବ୍ଧ ରହିଛି। ଏମ୍ସର ଏକ ଡାକ୍ତର ଦଳ ଏଠାରେ ଯାଞ୍ଚ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe