ବ୍ୟାଙ୍କ୍ ତରଫରୁ ହାଇ ଚାର୍ଜ ଡିମାଣ୍ଡ କରାଯାଉଛି କି ? କିଭଳି ଏହାକୁ ରୋକିବେ ଜାଣିରଖନ୍ତୁ ।

64

ସଞ୍ଚୟ ଖାତାରୁ ନେଇ ସିପ୍ ପର୍ଯ୍ୟନ୍ତ ବ୍ୟାଙ୍କ ଆପଣଙ୍କୁ ବିଭିନ୍ନ କିସମର ସୁବିଧା ଯୋଗାଇ ଦେଉଛି । ଅନ୍ୟ ବ୍ୟାଙ୍କମାନଙ୍କଠାରୁ ଖୁବ୍ ଭଲ ସୁଧ ଏବଂ ଅନ୍ୟ ଫାଇଦା ବିଷୟରେ କହି ବ୍ୟାଙ୍କ ଅଧିକରୁ ଅଧିକ ଗ୍ରାହକଭ୍କୁ ବ୍ୟାଙ୍କ୍ ସହ ଯୋଡିବାକୁ ଚେଷ୍ଟା କରୁଛି । କିନ୍ତୁ ଖୁବ୍ କମ୍ ଲୋକ ହିଁ ଜାଣିପାରନ୍ତି ଯେ ବ୍ୟାଙ୍କର କୌଣସି ସେବା ନିଶୁଳ୍କ ନଥାଏ । ବ୍ୟାଙ୍କରୁ ମିଳୁଥିବା ସବୁ ସୁବିଧାରେ ଆପଣଙ୍କୁ ଚାର୍ଜ ଦେବାକୁ ପଡିଥାଏ । ଆମେ ଆପଣଙ୍କୁ ଏଭଳି କିଛି ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ବ୍ୟାଙ୍କକୁ ହାଇଚାର୍ଜ ଦେବାକୁ ପଡିବନି ।

ନିୟମ ଏବଂ ସର୍ତ୍ତକୁ ଭଲ ଭାବରେ ବୁଝନ୍ତୁ : ସେବାର ନିୟମ ଏବଂ ସର୍ତ୍ତ ବିଷୟରେ ଗ୍ରାହକ ଭଲ ଭାବରେ ଜାଣିଥିବା ଆବଶ୍ୟକ । ବ୍ୟାଙ୍କରୁ ମିଳୁଥିବା ସୁବିଧା ବଦଳରେ ନିଆଯାଉଥିବା ଚାର୍ଜ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ରଖନ୍ତୁ । ଯେତେବେଳେ ବି କୌଣସି ବ୍ୟାଙ୍କ କାଗଜପତ୍ରରେ ସାଇନ୍ କରୁଛନ୍ତି ଭଲଭାବରେ ପେପର ପଢି ନିୟମ ଏବଂ ସର୍ତ୍ତକୁ ଜାଣି ସାଇନ୍ କରନ୍ତୁ ।

ନଗଦ ନେଣଦେଣକୁ ଭଲଭାବରେ ବୁଝନ୍ତୁ : ଆପଣ ଯେଉଁ ବ୍ୟାଙ୍କର ହୋମ ବ୍ରାଞ୍ଚରୁ ନେଣଦେଣ କରୁଛନ୍ତି ଏଠାରେ ଆପଣଭ୍କୁ ଉଚ୍ଚ ସୀମା ମିଳିଥାଏ । କିନ୍ତୁ ଆପଣ ନେଣଦେଣରୁ ଗୋଟିିଏ ସୀମାରୁ ଅଧିକ ନେଲେ ବ୍ୟାଙ୍କ ଆପଣଙ୍କ ଠାରୁ ୫୦ ରୁ ୧୫୦ କର ଆଦାୟ କରିବ । ଯେଉଁ ଗ୍ରାହକ ବ୍ୟାଙ୍କ ଖାତାରୁ ଅଧିକ ନେଣଦେଣ କରନ୍ତି ସେ ବ୍ୟାଙ୍କରୁ ପ୍ରିମିୟମ୍ ଖାତା ବାଛି ଏହି କରକୁ କମ୍ କିମ୍ବା ବନ୍ଦ କରିପାରିବେ ।

ଏଟିଏମ୍ ନେଣଦେଣ ଉପରେ ନଜର ରଖନ୍ତୁ : କିଛି ବ୍ୟାଙ୍କ୍ ନିଜ ଖାତାର ଏଟିଏମରେ ତିନିରୁ ପାଞ୍ଚ ମାଗଣା ନେଣଦେଣର ଅନୁମତି ଦେଇଥାଏ । ଏଥିପାଇଁ ଯେତେଥର ନେଣଦେଣ ଛାଡ କରୁଛନ୍ତି ସେତେଥର ନେଣଦେଣ କରିବା ସୁନିଶ୍ଚିତ କରନ୍ତୁ । କେବଳ ଟଙ୍କା ବାହାର କରିବା ହିଁ ନେଣଦେଣର ମାଧ୍ୟମ ହୋଇନଥାଏ ଏଟିଏମ୍ ପିନ୍ ଚେଞ୍ଜ କରିବା ମଧ୍ୟ ନେଣଦେଣର ଏକ ମାଧ୍ୟମ । ଏହାର କାରଣ ଆପଣ କାର୍ଡ ଏଟିଏମରେ ଇନସର୍ଟ କରିଥାନ୍ତି ।

ବ୍ୟାଙ୍କ୍ ଖାତା ଡିଟେଲକୁ ବୁଝନ୍ତୁ : ବ୍ୟାଙ୍କ୍ ବିବରରୀ ମୁତାବକ ନିୟମିତ ଅନ୍ତରାଳରେ ସବୁ ସେବା ଶୁଳ୍କକୁ ବ୍ୟାଙ୍କ୍ ବିବରଣ ବିଷୟରେ ଅଧ୍ୟୟନ କରିବା ନିହାତି ଜରୁରୀ । ଯଦି ଆପଣଙ୍କୁ ଲାଗୁଛି ଯେ ଭୁଲ୍ ପ୍ରକ୍ରିୟାରେ ଆପଣଙ୍କଠାରୁ ଟଙ୍କା ନିଆଗଲା ତେବେ ବ୍ୟାଙ୍କ ହେଡ୍ ଅଫିସକୁ ଚିଠି ଲେଖନ୍ତୁ । ଅଭିଯୋଗ କରିବା ପାଇଁ ବ୍ୟାଙ୍କ୍ ଟ୍ୱିଟର ହାଣ୍ଡେଲକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ ।