ଭାରତର ବୀରପୁଅଙ୍କୁ ବୀରଚକ୍ର ସମ୍ମାନ: ବାଲାକୋଟ ଆକ୍ରମଣ ବେଳେ ପାକିସ୍ତାନର ଲଢୁଆ ବିମାନକୁ ଖସାଇ ଦେଖାଇଥିଲେ ଅସୀମ ବୀରତ୍ୱ

155

କନକ ବ୍ୟୁରୋ: ଦେଶର ବୀର ଯବାନଙ୍କୁ ମିଳିଛି ବୀର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଢୁଆ ଭାରତୀୟ ଜବାନଙ୍କୁ ବିଭିନ୍ନ ଉପାଧୀ ପ୍ରଦାନ କରିଛନ୍ତି । ତେବେ ଏହି ଅବସରରେ ବାୟୁସେନାର ଲଢୁଆ ପାଇଲଟ ତଥା ଗ୍ରୁପ କ୍ୟାପଟେନ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଲେ ସମ୍ମାନିତ । ୨ ବର୍ଷ ତଳେ ଅଭିନନ୍ଦନ ଖସାଇଥିଲେ ପାକିସ୍ତାନର ଳଢୁଆ ବିମାନ ।

ବାଲାକୋଟ ଏୟାରଷ୍ଟ୍ରାଇକ ହିରୋ ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ବୀରଚକ୍ର ପୁରସ୍କାରରେ ସମ୍ମାନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନଙ୍କୁ ସମ୍ମାନୀତ କରାଯାଇଛି । ୨୦୧୯ ମସିହା ପେବୃୟାରୀ ୨୭ରେ ପାକିସ୍ତାନର ଏଫ-୧୬ ବିମାନକୁ ଖସାଇଥିଲେ ଅଭିନନ୍ଦନ । ପରେ ପାକିସ୍ତାନ ଫାଇଟର ବିମାନ ଦ୍ୱାରା ଅଭିନନ୍ଦନଙ୍କ ବିମାନଟି ପାକିସ୍ତାନ ସୀମାରେ ଖସିପଡିଥିଲା । ଫଳରେ ଶତ୍ରୁ ଦେଶରେ ୬୦ ଘଂଟା ବିତାଇବାକୁ ପଡିଥିଲା ଅଭିନନ୍ଦନଙ୍କୁ । ତାଙ୍କର ଏହି ବୀରତ୍ୱ ପାଇଁ ଅଭିନନ୍ଦନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି ।

ବର୍ଷତଳେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୂତି ଶଙ୍କର ଧୋନ୍ଦିୱାଲାଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଛି । ତେବେ ସହିଦ ହେବା ପୂର୍ବରୁ ୫ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ମେଜର ବିଭୂତି । ସହିଦ ମେଜର ବିଭୂତିଙ୍କ ପତ୍ନୀ ଲେଫ୍ଟନାଂଟ ନିତିକା କୌଲ ଓ ମାଆ ସରୋଜ ଧୋନ୍ଦିୱାଲା ସୌର୍ଯ୍ୟ ଚକ୍ରି ସମ୍ମାନ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି । ସେହିପରି ନିଜର ଅଦମ୍ୟ ସାହାସ ଓ ବୀରତା ପାଇଁ ପ୍ରକାଶ ଯାଦଭଙ୍କୁ କିର୍ତି ଚକ୍ରରେ ସମ୍ମାନିତ କରାଯାଇଥିବାବେଳେ ନାଇବ ସୁବେଦାର ସୋମ୍ବିରଙ୍କୁ ସୌର୍ଯ୍ୟ ଚକ୍ର ମିଳିଛି । ଲେଫ୍ଟନାଂଟ କରନେଲ ଅଜୟ ସିଂ ଖୁସୱାଙ୍କୁ ଓ କ୍ୟାପଟେନ ମହେଶ କୁମାର ଭୋରେଙ୍କୁ ସୌର୍ଯ୍ୟ ଚକ୍ର ରେ ସମ୍ମାନିତ କରାଯାଇଛି ।

ଦେଶ ପାଇଁ ଅନେକ ସମୟରେ ଦେଶର ବୀର ଯବାନମାନେ ସାହସିକତା ଦେଶକୁ ଓ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଆଉ ଏଥିପାଇଁ ପ୍ରାଣବଳୀ ଦେବାକୁ ମଧ୍ୟ ପଛାଇ ନଥାନ୍ତି ଯବାନମାନେ । ସେମାନଙ୍କ ଏହି ବୀରତ୍ୱ ପାଇଁ ସରକାରଙ୍କ ତରଫରୁ ଯବାନମାନଙ୍କୁ ବୀରପୁତ୍ର ସମ୍ମାନରେ ସମ୍ମାନୀତ କରାଯାଏ ।