କନକ ବ୍ୟୁରୋ : ଆଇପିଏଲ ମହାନିଲାମୀରେ ଚଳିତ ବର୍ଷ ଅନେକ ଖେଳାଳୀ ଚକିତ କରିଛନ୍ତି । ଖାସକରି ଭାରତୀୟ ଖେଳାଳୀଙ୍କ ଉପରେ ଚଳିତବର୍ଷ ଧନ ବର୍ଷା କରିଛନ୍ତି ଫ୍ରାଞ୍ଚାଇଜ । ପୂର୍ବରୁ ବଡ ବ୍ୟାଟରଙ୍କୁ ନେବାକୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଚଳିତ ମହାନିଲାମୀରେ ବୋଲରଙ୍କୁ ନିଜ ଟିମରେ ସାମିଲ କରିବାକୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ରେସ ଦେଖିବାକୁ ମିଳିଥିଲା । ଆଉ ଏହି ବୋଲରଙ୍କ ମଧ୍ୟରେ ସେହିଭଳି ଏକ ନାଁ ହେଉଛି ଅଭେଶ ଖାନ୍ । ଯିଏ ଆଇପିଏଲ ମହାନିଲାମୀରେ ଇତିହାସ ରଚିଛନ୍ତି ।
୨୫ ବର୍ଷୀୟ ଅଭେଶ ଖାନଙ୍କୁ ନୂଆ ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ କୋଟି ଟଙ୍କାରେ କିଣିଛି । ଆଉ ଏହାସହ ଅବେଶ ନୂଆ ରେକର୍ଡ ମଧ୍ୟ କରିଛନ୍ତି । କାରଣ ଅନକ୍ୟାପଡ ଖେଳାଳୀ ଭାବେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ରେକର୍ଡ କରିଛନ୍ତି ଅଭେଶ ଖାନ୍ । ଏହାପୂର୍ବରୁ ଅନକ୍ୟାପଡ ଖେଳାଳୀ ଭାବେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିଲେ କୃଷ୍ଣପା ଗୌତମ । ୨୦୨୧ ନିଲାମୀରେ କୃଷ୍ଣପାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୯.୨୫ କୋଟିରେ କିଣିଥିଲା । ତେବେ ଅଭେଶ ଏହି ରେକର୍ଡ ଭାଙ୍ଗିବା ସହ ଇତିହାସ ରଚିଛନ୍ତି । ଅଭେସଙ୍କ ବେସ୍ ପ୍ରାଇସ ୨୦ ଲକ୍ଷ ଥିବା ବେଳେ ୫୦ ଗୁଣା ଅଧିକରେ କିଣିଛି ଲକ୍ଷ୍ନୌ ଫ୍ରାଞ୍ଚାଇଜ ।
Fast bowler @Avesh_6 is SOLD to @LucknowIPL for INR 10 crore 👏💰#TATAIPLAuction@TataCompanies
— IndianPremierLeague (@IPL) February 12, 2022
ଗତ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ ଅଭେଶ ଖାନ୍ । ତେବେ ଚଳିତ ମହାନିଲାମୀ ପୂର୍ବରୁ ଅଭେଶଙ୍କୁ ରିଲିଜ୍ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗତ ଆଇପିଏଲରେ ଅଭେଶ ୧୬ଟି ମ୍ୟାଚରୁ ୨୪ଟି ୱିକେଟ ନେଇ ପର୍ପଲ କ୍ୟାପ୍ ରେସର ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦିଲ୍ଲୀ ପୂର୍ବରୁ ବାଙ୍ଗାଲୋର ପାଇଁ ମଧ୍ୟ ଖେଳିଛନ୍ତି ଅଭେଶ ।